ନୂଆଦିଲ୍ଲୀ, 3 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ଗଭୀର
ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହତମାନଙ୍କ ଶୀଘ୍ର ସୁସ୍ଥତାର କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ
ରଙ୍ଗାରେଡ୍ଡି ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ ଏହି କଠିନ ସମୟରେ ତାଙ୍କର ସହାନୁଭୂତି ପ୍ରଭାବିତ ପରିବାରମାନଙ୍କ ସହ ରହିଛି।
ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ମୃତକମାନଙ୍କ
ପରିବାରକୁ ପ୍ରତିଜଣଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ପ୍ରତିଜଣଙ୍କୁ 50 ହଜାର ଟଙ୍କା
ଅନୁଗ୍ରହ ରାଶି ଦିଆଯିବ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
