କେନ୍ଦ୍ରାପଡ଼ା, ୧୩ ଡିସେମ୍ବର(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ସାମାଜିକ ଜନ ସଚେତନତା କାର୍ଯ୍ୟକ୍ରମ “ବାଲ୍ୟ ବିବାହ ବିରୋଧ”କୁ ନେଇ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇ ଯାଇଛି । ସେହିଭଳି ଛାତ୍ରୀମାନଙ୍କ ଦ୍ୱାରା ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକମାନଙ୍କୁ ନିଶା ନିବାରଣ, ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସଚେତନ କରାଯାଇ ଥିଲା । ଜନସାଧାରଣମାନଙ୍କ ସହିତ ସ୍ଥାନୀୟ ଅଧିକାରୀମାନେ ଏହାକୁ ବେଶ୍ ପ୍ରଶଂସା କରିଥିଲେ । ଅଧ୍ୟକ୍ଷା ପଦ୍ମାଳୟା ଦାଶଙ୍କ ପୈାରହିତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଦିପ କୁମାର ମଲ୍ଲ, ସୁରେନ୍ଦ୍ର କୁମାର ବାରିକଙ୍କ ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
…………………………………/ସମନ୍ୱୟ
