
ଦୁବାଇ, ୧୨ ଡିସେମ୍ବର (ହିସ)- ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମିରପୁରର ଶେରେ ବାଙ୍ଗଳା ଜାତୀୟ ଷ୍ଟାଡିୟମରେ ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ସିରିଜର ଦ୍ୱିତୀୟ ଟେଷ୍ଟର ପିଚ୍କୁ ଆଇସିସି ପିଚ୍ ଏବଂ ଆଉଟଫିଲ୍ଡ ତଦାରଖ ପ୍ରକ୍ରିୟାରେ ଅସନ୍ତୁଷ୍ଟ ବୋଲି କହିଛି ।
ଆଇସିସି ମ୍ୟାଚ୍ ରେଫରି ଡେଭିଡ ବୁନ୍ ମ୍ୟାଚ୍ ଅଧିକାରୀଙ୍କ ଚିନ୍ତା ପ୍ରକଟ କରିବା ଏବଂ ଉଭୟ ଦଳର ଅଧିନାୟକଙ୍କ ସହ ପରାମର୍ଶ କରିବା ପରେ ଆଇସିସିକୁ ତାଙ୍କ ରିପୋର୍ଟ ଦାଖଲ କରିଥିଲେ । ମୂଲ୍ୟାଙ୍କନ ପରେ, ଆୟୋଜନ ସ୍ଥଳ ଗୋଟିଏ ଡେରିମିଟ୍ ପଏଁଟ ପାଇଥିଲା ।
ଏହି ରିପୋର୍ଟ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) କୁ ପଠାଯାଇଛି । ନିଷେଧାଦେଶ ବିରୋଧରେ ଆବେଦନ କରିବାକୁ ୧୪ ଦିନ ସମୟ ଅଛି ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
