
ୱାଶିଂଟନ୍, ୫ ଡିସେମ୍ବର (ହିସ)- ୨୦୨୪ କୋପା ଆମେରିକା ଫୁଟବଲ୍ ଟୁର୍ନାମେଂଟ ଆମେରିକାର ୧୪ ଟି ସହରରେ ଅନୁଷ୍ଠିତ ହେବ ଏବଂ ୨୫ ଦିନ ମଧ୍ୟରେ ୩୨ ଟି ମ୍ୟାଚ୍ ପ୍ରଦର୍ଶିତ ହେବ । ଦକ୍ଷିଣ ଆମେରିକୀୟ ଫୁଟବଲ୍ ପରିସଙ୍ଘସୋମବାର ଉପରୋକ୍ତ ସୂଚନା ଦେଇଛି ।
ଉଦ୍ଘାଟନ ମ୍ୟାଟ ଅଟଲାଂଟ ସ୍ଥିତ ଜର୍ଜିଆ ମର୍ସିଡିଜ୍-ବେଞ୍ଜ୍ ଷ୍ଟାଡିୟମରେ ହେବ ଏବଂ ଫାଇନାଲ ମ୍ୟାଚ୍ ଜୁଲାଇ ୧୪ ରେ ମିଆମି ଗାର୍ଡେନ୍ସର ଫ୍ଲୋରିଡାର ହାର୍ଡ ରାଁକ୍ ଷ୍ଟାଡିୟମରେ ଖେଳାଯିବ ।
ସେମିଫାଇନାଲ ନ୍ୟୁ ଜର୍ସି ଏବଂ ଚାର୍ଲୋଟରେ ଅନୁଷ୍ଠିତ ହେଉଥିବା ବେଳେ କ୍ୱାର୍ଟର ଫାଇନାଲ ଆର୍ଲିଙ୍ଗଟନ୍, ହ୍ୟୁଷ୍ଟନ୍, ଲାସ୍ ଭେଗାସ୍ ପାଇଁ ଧାର୍ଯ୍ୟ କରାଯାଇଛି ।
୧୦୭ ବର୍ଷ ପୁରୁଣା ଏହି ଟୁର୍ନାମେଂଟରେ ୧୬ ଟି ଦଳ ଭାଗନେବେ, ୧୦ ଟି ଏବଂ କାଁନମବୋଲରୁ ଏବଂ ମଧ୍ୟ ଆମେରିକା ଏବଂ କୈରେବିଅନ୍ ର ୬ ଟି ଦଳ ଅଂଶଗ୍ରହଣ କରିବେ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
