


ମାଲକାନଗିରି, ୩୦ ନଭେମ୍ବର (ହି.ସ.)- ମାଲକାନଗିରି ମହାବିଦ୍ୟାଳୟରେ ଓଡିଶା ସରକାରଙ୍କର ନୂତନ, ଉନ୍ନତ, ଅଭିଳାଷ -ଓଡିଶା କାର୍ଯ୍ୟକ୍ରମର ସପ୍ତମ ଦିବସରେ ସାମାଜିକ କାର୍ଯ୍ୟକ୍ରମ କ୍ଲବ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବପୀଢ଼ିମାନଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ବ୍ରତୀ ହେବା ପାଇଁ ଉତ୍ସାହିତ କରିବା । ଏହି ଉଦ୍ଦେଶ୍ୟକୁ ସାକାର କରିବାର ଲକ୍ଷ୍ୟ ନେଇ ମାଲକାନଗିରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ମାଲକାନଗିରି ସ୍ଥିତ ବସଷ୍ଟାଣ୍ଡ ପରିସରକୁ ସଫା କରିଥିଲେ । ବସଷ୍ଟାଣ୍ଡ ପରିସରରେ ଥିବା ଜରି, କାଗଜ, ଆବର୍ଜନା ଇତ୍ୟାଦିକୁ ସଫା କରିଥିଲେ । ଏହା ବ୍ୟତୀତ ମହାବିଦ୍ୟାଳୟ ପରିସର ଏବଂ ଏହାର ନିକଟବର୍ତ୍ତି ପାର୍କ ଓ ରାସ୍ତାକୁ ମଧ୍ୟ ପରିଷ୍କାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ପ୍ରୋତ୍ସାହିତ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ମାଲକାନଗିରିର ଗୋଷ୍ଠୀ ଉନୟନ୍ନ ଅଧିକାରୀ ପ୍ରଭାତୀ ଝଡିଆ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ନିଜର ପରିବେଶକୁ ସ୍ୱଚ୍ଛ ରଖିବାକୁ ପରାମର୍ଶ ଦେଇଥିଲେ । ମାଲକାନଗିରି ପୌରପରିଷଦ ୧ ୮ ନମ୍ବର ୱାର୍ଡର କାଉନସିଲର ଶ୍ରୀଯୁକ୍ତ ଶାହା ଯୋଗଦାନ କରି ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ୫ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତଥା ନୂଆ ଓଡ଼ିଶାର ଜିଲ୍ଲା ନୋଡାଲ ଅଫିସର ଡ଼.ରଞ୍ଜନ କୁମାର ସ୍ବାଇଁ ତଦାରଖ କରିଥିବା ବେଳେ ଅଧ୍ୟାପକ ପ୍ରମୀୟ କୁମାରୀ ମହାନ୍ତି, ଅଧ୍ୟାପକ ସୁଶାନ୍ତ ମାଝୀ ଏବଂ ଅଧ୍ୟାପିକା ପ୍ରେମରେଖା ଭତ୍ରା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ସ୍ୱଚ୍ଛତା ପାଇଁ ଶ୍ରମଦାନକୁ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଗୌତମ ନାୟକ, ଆରତୀ ଲୁଗୁନ, ଦିପ୍ତୀରେଖା ମିଶ୍ର ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସହାୟତା କରିଥିଲେ ।
ହିନ୍ଦୁସ୍ଥାନସମାଚାର /ଶିବବ୍ରତ /ସ୍ୱାଗତିକା/ସମନ୍ୱୟ
