ଗୋଆ, 28 ନଭେମ୍ବର-
28.11.2023 : କେନ୍ଦ୍ର ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ ୫୪)ର ୫୪ତମ ସଂସ୍କରଣ ‘ବସୁଧୈବ କୁଟୁମ୍ବକମ୍: ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ’ର ଭାବନାକୁ ପ୍ରତିଫଳିତ କରି ବିବିଧତା ମଧ୍ୟରେ ଏକତାର ଉତ୍ସବ ଅଟେ। ସମଗ୍ର ବିଶ୍ୱର ସୃଜନଶୀଳ ଚଳଚ୍ଚିତ୍ର ନିର୍ମାତା, ସିନେମା ପ୍ରେମୀ ଏବଂ ସାଂସ୍କୃତିକ ଉତ୍ସାହୀମାନଙ୍କୁ ଏହା ଏକାଠି କରିଛି । ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ‘ବସୁଧୈବ କୁଟୁମ୍ବକମ୍’ର ଦର୍ଶନକୁ ଗ୍ରହଣ କରିବା ର ଆହ୍ୱାନକୁ ଆଇଏଫ୍ଏଫ୍ଆଇରେ ମଧ୍ୟ ଅନୁସରଣ କରାଯାଉଛି। ଆଇଏଫଏଫଆଇର ଏହି ସଂସ୍କରଣ ପ୍ରକୃତରେ ଅସାଧାରଣ ଥିଲା, ଉଲ୍ଲେଖନୀୟ ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିରେ ପରିପୂର୍ଣ୍ଣ ଥିଲା ଯାହା ଚଳଚ୍ଚିତ୍ର ନିର୍ମାଣର ସର୍ବୋତ୍ତମ ପ୍ରଦର୍ଶନ କରିଥିଲା, ସେ ଆଇଏଫଏଫଆଇର ସମାପନ ସମାରୋହରେ ଏକ ଭିଡିଓ ବାର୍ତ୍ତା ଦେଇ ଏହା କହିଥିଲେ ।
ଶ୍ରୀ ଠାକୁର ଉଲ୍ଲେଖ କରିଥିଲେ ଯେ ୫୪ତମ ଆଇଏଫ୍ଏଫ୍ଆଇରେ ପ୍ରାୟ ୨୫୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ୭୮ଟି ଦେଶର ୬୮ଟି ଅନ୍ତର୍ଜାତୀୟ ଏବଂ ୧୭ଟି ଭାରତୀୟ ଭାଷାକୁ ପ୍ରତିନିଧିତ୍ୱ କରାଯାଇଥିଲା। ଏହି ମହୋତ୍ସବରେ ୨୩ଟି ମାଷ୍ଟରକ୍ଲାସ, ଇନ-କନଭର୍ସେସନ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରୁ କେତେକ ଉଭୟ ଫିଜିକାଲ୍ ଓ ଭର୍ଚୁଆଲ ଭାବେ ଉପଲବ୍ଧ ଥିଲା। ମହୋତ୍ସବ ସମୟରେ ଆୟୋଜିତ ପାଖାପାଖି ୫୦ଟି ଗାଲା ରେଡ୍ କାର୍ପେଟ୍ ସମଗ୍ର ଉତ୍ସବକୁ ପ୍ରୋତ୍ସାହିତ କରିଥିଲା। ମହୋତ୍ସବର ଏହି ସଂସ୍କରଣକୁ ରୂପ ଦେବାରେ ମୂଲ୍ୟବାନ ସମୟ ଏବଂ ଉତ୍ସର୍ଗୀକୃତ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସମ୍ମାନିତ ଜୁରି ସଦସ୍ୟଙ୍କ ସମର୍ଥନକୁ ମନ୍ତ୍ରୀ ସ୍ୱୀକାର କରିଥିଲେ ।
ଆଇଏଫଏଫଆଇ ଦ୍ୱାରା କରାଯାଇଥିବା ଅନ୍ତର୍ଭୁକ୍ତୀକରଣ ଏବଂ ଉପଲବ୍ଧତା ଦିଗରେ ପ୍ରୟାସ ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ ଭିନ୍ନକ୍ଷମ ଚଳଚ୍ଚିତ୍ର ପ୍ରେମୀମାନଙ୍କ ପାଇଁ ଚଳଚ୍ଚିତ୍ରଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିଲା ଯାହା ଦ୍ୱାରା ସେମାନେ ସାଙ୍କେତିକ ଭାଷା ଏବଂ ଅଡିଓ ବର୍ଣ୍ଣନା ସାହାଯ୍ୟରେ ବଡ଼ ପରଦାରେ ସିନେମାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଆମେ ମହିଳାମାନଙ୍କ ଦ୍ୱାରା ନିର୍ଦ୍ଦେଶିତ ୪୦ରୁ ଅଧିକ ଚଳଚ୍ଚିତ୍ର କୁ ସାମିଲ କରିବାକୁ ସୁନିଶ୍ଚିତ କରିଥିଲୁ, ଯେଉଁଥିରେ ସେମାନଙ୍କ ପ୍ରତିଭାକୁ ପାଳନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
