
ଉଜ୍ଜୈନ, 20 ନଭେମ୍ବର – ଶ୍ରାବଣ-ଭାଦ୍ରପଦ ମାସରେ ଶ୍ରୀ ମହାକାଳେଶ୍ୱର ଭଗବାନଙ୍କ କାର୍ତିକ ମାସର ପ୍ରଥମ ସବାରୀ ସୋମବାର ୨୦ ନଭେମ୍ବର ସନ୍ଧ୍ୟା ୪ଟାରେ ମହା ଆଡ଼ମ୍ବର ସହିତ ନଗର ଭ୍ରମଣ କରିବେ । ମହାକାଳେଶ୍ୱର ମନ୍ଦିର ପ୍ରବନ୍ଧ ସମିତିର ପ୍ରଶାସକ ସନ୍ଦୀପ କୁମାର ସୋନି ରବିବାର ଦିନ କହିଛନ୍ତି ଯେ ଭଗବାନ ମହାକାଳେଶ୍ୱର ମନମହେଶ ରୂପରେ ନିଜ ପ୍ରଜାମାନଙ୍କ ପରିସ୍ଥିତି ଜାଣିବା ପାଇଁ ନଗର ଭ୍ରମଣରେ ବାହାରିବେ । ମହାକାଳେଶ୍ୱର ଭଗବାନଙ୍କ ସବାରୀରେ ପୋଲିସ୍ ବ୍ୟାଣ୍ଡ, ଘୋଡ଼ାସବାରୀ ଦଳ, ସଶସ୍ତ୍ର ପୋଲିସ ବଳର ଜବାନ ଆଦିଙ୍କ ସହିତ ମହାକାଳେଶ୍ୱର ମନ୍ଦିରରୁ ଗୁଦରୀ ଛକ, ବକ୍ଷୀ ବଜାର କହାରବାଡ଼ି ହୋଇ ରାମଘାଟ କ୍ଷିପ୍ରାତଟ ପହଂଚିବ, ସେଠାରେ ମା’ କ୍ଷୀପ୍ରାଙ୍କୁ ଜଳରେ ପୂଜାଅର୍ଚ୍ଚନା ପରେ ଭଗବାନ ମହାକାଳଙ୍କ ସବାରୀ ରାମଘାଟରୁ ଗଣଗୌର ଦରୱାଜା, ମୋଡ ଧର୍ମଶାଳା, କାର୍ତିକ ଛକ, ଖାତି ମନ୍ଦିର, ସତ୍ୟନାରାୟଣ ମନ୍ଦିର, ଢାବା ରୋଡ଼, ଟଙ୍କି ଛକ, ଛତ୍ରି ଛକ, ଗୋପାଳ ମନ୍ଦିର, ପଟନୀ ବଜାର, ଗୁଦରୀ ବଜାର ହୋଇ ପୁଣି ମହାକାଳ ମନ୍ଦିର ପହଂଚିବ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
