
ଜୟପୁର, ୧୯ ନଭେମ୍ବର (ହି.ସ.)- ଜୟପୁର ଅଗ୍ରସେନ ଭବନ ଠାରେ ବିଶ୍ଵ ହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତର ଏକ ପ୍ରାନ୍ତ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଦିନିଆ ବୈଠକକୁ କେନ୍ଦ୍ରୀୟ ସହ ସମ୍ପାଦକ ଧର୍ମ ପ୍ରଚାର ବିଭାଗର ଅଚ୍ୟୁତା ନନ୍ଦ କର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମଟି ପ୍ରାନ୍ତ ପଶ୍ଚିମ ପ୍ରାନ୍ତ ସଭାପତି ଡ଼. ରାଜ କୁମାର ବଦପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମଞ୍ଚସିନ ରହିଥିଲେ ପ୍ରାନ୍ତ କାର୍ଯକାରୀ ସଭାପତି ଅଶୋକ ଗାନ୍ଧୀ, ପ୍ରାନ୍ତ ସମ୍ପାଦକ ଭକ୍ତ ଚରଣ ସାହୁ, ପ୍ରାନ୍ତ ଉପସଭାପତି ବାବୁ ଭାଇ ବଜରଙ୍ଗୀ ।ଆଗାମୀ ଦିନରେ ଅଯୋଧ୍ୟା ଠାରେ ହେବାକୁ ଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏବଂ ଧର୍ମ ରକ୍ଷା ସପ୍ତାହ ପାଳନ ସମ୍ଭନ୍ଧେ ଚର୍ଚ୍ଚା ହେବା ସହ ସମସ୍ତଙ୍କୁ ନିଷ୍ଠାର ସହ ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକ୍ରମ ଗୁଡିକୁ କରିବାକୁ ନିବେଦନ କରିଥିଲେ।
ଏହି ପ୍ରାନ୍ତ ବୈଠକରେ ଜୟପୁର ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦର ନବ କୃଷ୍ଣ ରଥ, ତେଜେଶ୍ଵର ପଣ୍ଡା, କମଳା କାନ୍ତ ବିଶ୍ଵାଳ, ଗଙ୍ଗା ନାୟକ, ସାଧୁ ଚରଣ ଦାସ ଚୌଧୁରୀ ପ୍ରମୁଖ ବିଶ୍ଵ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ପ୍ରଦୀପ୍ତ/ସମନ୍ୱୟ
