ବଲାଙ୍ଗିର, ୧୦ ନଭେମ୍ବର (ହି.ସ.)- ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳକୁ ଟିଟିଲାଗଡ ଦେଇ ଗଞ୍ଜେଇ ବାରମ୍ବାର ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇ ବଲାଙ୍ଗିର ଏସପିଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏକ ଟିମ୍ ଗଠନ କରି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ହାଟପଦାପଡ଼ାର ହମିଦ ଖାଁଙ୍କୁ ଧରିବାରେ ସଫଳ ହୋଇଛନ୍ତି। ତା ଠାରୁ ୬ କିଗ୍ରା ୮ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଏସ୍ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ହମିଦ ଖାଁଙ୍କ ଠାରୁ କିଛି ଟଙ୍କା ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତ ହମିଦ ଖାଁ ପୂର୍ବରୁ ଏକ ହତ୍ୟା ଅଭିଯୋଗରେ ମଧ୍ୟ ଗିରଫ ହୋଇ ଏବେ ବେଲରେ କିଛି ମାସ ପୂର୍ବେ ଆସିଥିଲେ । ଏବେ ଗଞ୍ଜେଇ କାରବାର ବେଳେ ଧରାପଡ଼ିବା ଚର୍ଚାର ଖୋରାକ୍ ଯୋଗାଉଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
