ଭୁବନେଶ୍ୱର, 10 ନଭେମ୍ବର (ହି.ସ.) ଦେଶବାସୀଙ୍କୁ ଧନତେରାସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେ, ଧନ, ଐଶ୍ୱର୍ଯ୍ୟ, ସୌଭାଗ୍ୟ ଓ ଆରୋଗ୍ୟର ମହାପର୍ବ ଧନତେରାସର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ମାଆ ମହାଲକ୍ଷ୍ମୀ ଧନ-ଧାନ୍ୟ, ବୈଭବରେ ସମସ୍ତଙ୍କ ଘର-ସଂସାରକୁ ସମୃଦ୍ଧ କରନ୍ତୁ ଏବଂ ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କୁ ସ୍ୱାସ୍ଥ୍ୟ ଧନ ପ୍ରଦାନ କରନ୍ତୁ, ଏହାହିଁ କାମନା କରୁଛି । ସ୍ଥାନୀୟ ଦୋକାନୀଙ୍କ ଠାରୁ ସାମଗ୍ରୀ କିଣି ସେମାନଙ୍କ ଦୀପାଳିକୁ ଆଲୋକିତ କରନ୍ତୁ ବୋଲି ରାଜ୍ୟପାଳ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
