ଭୁବନେଶ୍ୱର, 22 ଅକ୍ଟୋବର – ଆସନ୍ତାକାଲି (ସୋମବାର) ଅପରାହ୍ନରେ ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୮୦ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଅନୁଷ୍ଠିତ ହେବ । ଭୁବନେଶ୍ୱର ଅଶୋକନଗରସ୍ଥିତ ଭଗବତୀ ଭବନ ଠାରେ ସ୍ମୃତି ସମାରୋହ ଅନୁଷ୍ଠିତ ହେବ ବୋଲି ସିପିଆଇ ଜୋନ୍ ସମ୍ପାଦକ ସୁର ଜେନା ସୂଚନା ଦେଇଛନ୍ତି ।
