ଭଦ୍ରକ, ୨୬ ଡିସେମ୍ବର (ହି.ସ.) – ଭଦ୍ରକ ପୌରାଳ ଅଧୀନସ୍ଥ ପୁରୁଣାବଜାର ମହାବୀର ପଡିଆ ଠାରେ ଆଜି ଗୋପାଳକଅଷ୍ଣ ମହାପାତ୍ର ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେ ଉଦ୍ଘାଟିତ ହୋଇଛି। ଆଜିର ପ୍ରଥମ ଦିନରେ ୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ପ୍ରଥମ ଇନିଂସରେ ଧର୍ମଶାଳା ସ୍ପୋଟର୍ସ ଏକାଡେମୀ ବନାମ ଚାନ୍ଦ କ୍ଲବ୍ କେନ୍ଦ୍ରାପଡା ଟିମ୍ ମଧ୍ଯରେ ହୋଇଥିଲା। ପେନାଲଟିରେ ଚାନ୍ଦ କ୍ଲବ୍ ବିଜୟ ହୋଇଥିଲା। ଦ୍ବିତୀୟ ଇନିଂସରେ ରୋଭର୍ସ କ୍ଲବ୍ ଭଦ୍ରକ ବନାମ ନେତାଜୀ କ୍ଲବ୍ ରାଜକନିକା ମଧ୍ଯରେ ଅନୁଷ୍ଠିତ ହୋଇଥିବାବେଳେ ନେତାଜୀ କ୍ଲବ୍ ୨-୦ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏହି ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେର ପ୍ରଥମ ଦିନରେ ଅତିଥି ଭାବେ ସମାଜସେବୀ ମହମ୍ମଦ ଫାରୁକ୍, ବୁଦ୍ଧିଜୀବୀ ସିଦ୍ଧେଶ୍ବର ସାହୁ, ମୁସଲିମ୍ ଜମାତର ଅବଦୁଲ ମୁକିତ୍ ଓ ଅନଓ୍ବର ଅଲ୍ଲୀ ଖାଁଙ୍କ ସମେତ ଗୋପାଳ କୃଷ୍ଣ ମହାପାତ୍ର ଫାଉଣ୍ଡେସନର ଆବାହକ ଲେଖକ ସାଇପ୍ରସାଦ ମହାପାତ୍ର ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉସôାହିତ କରିଥିଲେ। ଆସନ୍ତାକାଲି ଆଉ ୪ଟି ଟିମ୍ର କ୍ରୀଡା ଅନୁଷ୍ଠିତ ହୋଇ ୨୮ ତାରିଖରେ ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ/ବନ୍ଦନା
