
ଧର୍ମଶାଳା, ୧୬ ଅକ୍ଟୋବର (ହିସ) – ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ ଧର୍ମଶାଳାରେ ମଙ୍ଗଳବାରଦିନ ଦକ୍ଷିଣ ଆପ୍ରିଂକା ଓ ନେଦର ଲାଣ୍ଡ ମଧ୍ୟରେ ଆଇସିସି ଓାଲ୍ଡକପ୍ ଲିଗ୍ ମ୍ୟାଚ୍ର ଏକ ସଂଙ୍ଘର୍ଷ ପୁର୍ଣ ଲଢେଇ ହେବ । ଏହି ମ୍ୟାଚରେ ନେଦରଲ୍ୟାଣ୍ଡ ନିଜର ପ୍ରଥମ ବିଜୟ ପାଇଁ ଉଦ୍ୟମ କରୁଥିବାବେଳେ ଦକ୍ଷିଣ ଆଫ୍ରିକା ତାହାର ବିଜୟ ଧାରାକୁ ବଜାୟ ରଖିବା ପାଇଁ ନିଜର ସ୍ଥିତିକୁ ଆହୁରି ଉନ୍ନତ କରିବାକୁ ଚାହିଁବ । ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଆଇସିସି ଓାଲ୍ଡକପ୍ର ଦୁଇଟି ମ୍ୟାଚ୍ ଖେଳିଛି । ଦୁଇଟି ମ୍ୟାଚ୍ରେ ଏହାର ଭଲ ପ୍ରଦର୍ଶନ ହେତୁ ଏହି ଦଳ ଟେବୁଲ୍ ପଏଂଟରେ ତୃତୀୟ ସ୍ଥାନରେ ଥିବାବେଳେ ନେଦରଲ୍ୟାଣ୍ଡ ଉଭୟ ମ୍ୟାଚ୍ ହାରି ନବମ ସ୍ଥାନରେ ରହିଛି ।
—————–,
ଅକ୍ଟୋବର (ହି.ସ.)
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
