
ନୂଆଦିଲ୍ଲୀ, ୧୬ ଡିସେମ୍ବର (ହିସ)- ରୋମିକା ଶର୍ମା, ପାରା ତୀରନ୍ଦାଜୀ , ଶୀତଲ ଦେବୀଙ୍କ ଜୀବନରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଅଟନ୍ତି । ଶୀତଲ ତାଙ୍କ ପ୍ରତିଭାରେ ସାରା ବିଶ୍ୱରୁ ଧ୍ୟାନ ଆକର୍ଷଣ କରୁଥିବାବେଳେ ରୋମିକା ଚୁପଚାପ୍ ଶୀତଲଙ୍କ ସମର୍ଥନ ଦଳର ଅନ୍ୟତମ ଅବିଚ୍ଛେଦ୍ୟ ବ୍ୟକ୍ତି ଅଟନ୍ତି ।
ଶୀତଲ ଖେଲୋ ଇଣ୍ଡିଆ ପାରା ଗେମ୍ସ ର ପାରା ତୀରନ୍ଦାଜୀ ଇଭେଂଟରେ କମ୍ପାଉଣ୍ଡ ମହିଳା ଓପନ୍ ବର୍ଗରେ ପ୍ରତିଯୋଗୀତା କରୁଛନ୍ତି ଏବଂ ଏହା ଫାଇନାଲରେ ପ୍ରବେଶ କରିସାରିଛନ୍ତି ।
କେଆଇପିଜି ଦ୍ୱାରା ଜାରି ଏକ ସରକାରୀ ବିବୃତିରେ ରୋମିକା କହିଛନ୍ତି, ଏସୀୟ ପାରା ଗେମ୍ସ ପରେ ଶୀତଲ କିଛି ସମୟ ପାଇଁ ପ୍ରତିଯୋଗୀତା କରୁ ନଥିଲା କିନ୍ତୁ ବର୍ତମାନ ମୁଁ ତାଙ୍କ ସ୍କୋରରେ ଖୁସି । ସେ ଭଲ ଶୈଳୀରେ ଫାଇନାଲରେ ପ୍ରବେଶ କରିଛନ୍ତି । ଶୀତଲ ମୋତେ କହିଥିଲେ ଯେ ଏଠାରେ ଖେଲୋ ଇଣ୍ଡିଆ ପାରା ଗେମ୍ସ ପାଇଁ ସେ ଖୁସି ଅଛନ୍ତି । ଏହି ପ୍ରତିଯୋଗିତା ଏବଂ ଆନ୍ତର୍ଜାତୀୟ ଟୁର୍ନାମେଂଟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
