କେନ୍ଦ୍ରାପଡ଼ା, ୦୬ ଡିସେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲାରୁ ୧୨ ଜଣ ଭଲି ବଲ ଖେଳାଳୀ ରାଜ୍ୟ ସ୍ତରୀ ଭଲିବଲ ଟୁର୍ଣ୍ଣାମେଣ୍ଟ କୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଚଳିତ ମାସ ୭ ତାରିଖରୁ ଫୁଲବାଣୀରେ ଅନୁଷ୍ଠିତ ହେବାକୁ ଥିବା ଭଲିବଲ ଟୁର୍ଣ୍ଣାମେଂଟରେ ଯୋଗ ଦେବାକୁ ସେକ ମହେରାଜ, ବିଶ୍ୱଜିତ ଜେନା, ସେକ ଅବତାବ, ଜୟନ୍ତ କୁମାର ସାହୁ, ଚନ୍ଦନ ରାଉତ, ଦେବାଶିଷ ପଣ୍ଡା, ମହମ୍ମଦ ଅବଦୁଲା, ସାଗର ତ୍ରିପାଠୀ, ବିବେକ ସାହୁ ପ୍ରମୁଖ କେନ୍ଦ୍ରାପଡା ରୁ ଫୁଲବାଣୀ ଅଭିମୁଖେ ପ୍ରାସ୍ଥାନ କରିଥିବା ଜଣାପଡିଛି । ଫୁଲବାଣୀର ରାଇକିଆରେ ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତା ରେ ରାଜ୍ୟର ୩୦ ଟି ଜିଲ୍ଲାରୁ ଯୋଗ୍ୟ ଖେଳାଳୀ ମାନେ ଅଂଶ ଗ୍ରହଣ କରିବେ । କୋଚ୍ ସେକ ନିଜାମ ଅଲ୍ଲୀ ଓ ଉତ୍କଳ ମହାପାତ୍ରଙ୍କ ନେତୃତ୍ୱରେ କ୍ୟାପଟେନ ଶକ୍ତି ସ୍ୱରୂପ ସାହୁ, ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ଖେଳାଳୀଙ୍କ ସହ ଯାଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
…………………………………/ବନ୍ଦନା
