
ଚମ୍ପୁଆ,୨୫ ଡିସେମ୍ବର (ହି.ସ) – ଚମ୍ପୁଆ ବ୍ଲକ ଜାଲି ପଂଚାୟତ ଅନ୍ତର୍ଗତ ଜାଲି ଗ୍ରାମ ପ୍ରିୟମ୍ବଦା କ୍ଳବ ଆନୁକୂଲ୍ୟରେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ନାୟକ ଙ୍କ ସୃତିରେ ଆୟୋଜିତ ହୋଇଥିବା ତ୍ରୀଦିବସୀୟ ଫୁଟବଲ ପ୍ରତିଯୋଗିତା ଜାଲି ଖେଳପଡିଆ ଠାରେ ଉଦଯାପିତ ହୋଇ ଯାଇଛି । ୩ ଦିନ ୍ୱ୍ୟାପି ହୋଇଥିବା ଫୁଟବଲ ଖେଳରେ ମୋଟ ୧୬ଟି ଦଳ ଖେଳି ଥିବା ବେଳେ ଫାଇନାଲ ମ୍ୟାଚ ଗୁଆଲି ଏଫ. ସି ବନାମ ଜଜ ଏଫ. ସି ବର୍ଦ୍ଧନା ମଧ୍ୟରେ ହୋଇଥିଲା । ତୀବ୍ର ପ୍ରତିଦ୍ୱନ୍ଦିତା ମୂଳକ ଖେଳରେ ଗୁଆଲି ଏଫ. ସି ବର୍ଦ୍ଧନା ଦଳକୁ ୧.୦ ଗୋଲ ଦେଇ ବିଜୟୀ ହୋଇଥିଲା । ଖେଳକୁ ରେଫରୀ ସୁଶ୍ରୀ ମିଲୁ ନାଏକ, ସସ୍ମିମୟୀ ସୋରେନ, ସନ୍ତୋଷ ମହାକୁଡ଼, ବିନୟ ମହାକୁଡ଼ ପରିଚାଳନା କରିଥିବା ବେଳେ ଯୁବ ଭାଷ୍ୟକାର ଅରୁଣ କୁମାର ମହାନ୍ତ, ବରୁଣ ବେହେରା ଧାରା ବିବରଣୀ ଦେଇଥିଲେ । ଏହି ଅବସରରେ ମହିଳା ଫୁଟବଲ ପ୍ରଦର୍ଶନୀ ମ୍ୟାଚ ଜେ. ଏସ. ଡବ୍ଲୁ ଫାଉଣ୍ଡେସନ, ଜଜାଙ୍ଗ ଓ କସକୋ ଟ୍ରାଇକର, ଚାଇଁବସା, ଝାରଖଣ୍ଡ ମଧ୍ୟରେ ହୋଇଥିଲା । ଚାଇଁବସା ଦଳ ୧.୦ ଗୋଲ ଦେଇ ବିଜୟୀ ହୋଇଥିଲେ ।
ଉଦଯାପନୀ ପୁରସ୍କାର ବିତରଣ ସଭାରେ ଯୁବ ଭାଷ୍ୟକାର ଅରୁଣ ମହାନ୍ତ ସଂଯୋଜନା କରିଥିବା ବେଳେ ମୁଖ୍ୟଅତିଥି ଭାବେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ସମ୍ମାନିତ ଅତିଥି, ବକ୍ତା ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ, ବିଜୁ ଜନତା ଦଳ ମହିଳା ସଭାନେତ୍ରୀ, ଜିଲ୍ଲାପରିଷଦ ସଦସ୍ୟା – ରମଣୀ ନାୟକ, କୁଡୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ଜାତୀୟ ଫୁଟବଲ କୋଚ, କ୍ରୀଡା ସଂଗଠକ ବୀରେନ୍ଦ୍ର ମହାନ୍ତ, ସରପଞ୍ଚ ତୁଳସୀ ବଲ୍ଲଭ ସିଂହ, ସମାଜସେବୀ ଯୋଗେନ୍ଦ୍ର ମହାନ୍ତ, ସମିତି ସଭ୍ୟ ଭୁବନେଶ୍ୱର ମହାନ୍ତ, ଅବସରପ୍ରାପ୍ତ ଶିକ୍ଷାବିତ ହରେକୃଷ୍ଣ ମହାନ୍ତ, କବି ଜଗବନ୍ଧୁ ମହାନ୍ତ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରି ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଆଗକୁ ବଢିବାକୁ ଖେଳାଳି ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଫୁଟବଲ ଖେଳ ପାଇଁ ସମର୍ପିତ ଜାଲି ଗ୍ରାମ ମାଟି ଅନ୍ୟପାଇଁ ପ୍ରେରଣା ବୋଲି ପାଟଣା ବିଧାୟକ ଜଗନ୍ନାଥ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥି ମାନେ ଚମ୍ପିୟାନ ଗୁଆଲି ଏଫ. ସି, ରନରସ ଅଫ ବର୍ଦ୍ଧନା ଦଳକୁ ଆର୍ôଥକ ପୁରସ୍କାର ସହିତ ଟ୍ରଫି ପ୍ରଦାନ କରିଥିଲେ । ଅଂଚଳ ତଥା ପଂଚାୟତ ର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ
ସମର୍ଦ୍ଧିତ କରାଯାଇଥିଲା । ଖେଳ ଦେଖିବାକୁ ହଜାର ହଜାର ପୁରୁଷ, ମହିଳା, ଛାତ୍ର, ଛାତ୍ରୀ, ଖେଳପ୍ରେମୀ ଯୁବକ ମାନଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ କୁ ପ୍ରିୟମ୍ବଦା କ୍ଳବ, ଜାଲି ର କାର୍ଯ୍ୟକର୍ତା ଯୁବରାଜ ସିଂହ, ଚିନ୍ତାମଣି ପାତ୍ର, ଭକ୍ତବନ୍ଧୁ ପାତ୍ର, ବିଭୁତି ଭୂଷଣ ସିଂହ, ପ୍ରିୟବ୍ରତ ସିଂହ, ପର୍ଶୁରାମ ସିଂହ, ସୁଜିତ ପାତ୍ର, ସ୍ୱୟଂପ୍ରଭା ନାୟକ, ବିଚିସ୍ମିତା ନାୟକ, ସନ୍ତୋଷ ନାଏକଏବଂ ଆବାହକ – ଡ଼କ୍ଟର ଯଯାତି ନାୟକ ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର /ତ୍ରିନାଥ/ବନ୍ଦନା
