
ବେଙ୍ଗାଲୁରୁ, ୨୨ ନଭେମ୍ବର (ହିସ) – ଏଫଆଇଏଚ୍ ଓଡିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ ଭୁବନେଶ୍ୱର-ରାଉରକେଲାରୁ ମଝିରୁ ବାହାରିଯିବା ନେଇ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ଆଘାତ ହେତୁ ବାହାରକୁ ୨୦୨୩ ଭାରତୀୟ ପୁରୁଷ ହକି ଦଳର ହାର୍ଦ୍ଦିକ ସିଂଙ୍କ ପାଇଁ ଏକ ଅପ-ଡାଉନ୍ ବର୍ଷ ହୋଇପାରିଛି । ସେ ଫଆଇଏଚ୍ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ୨୦୨୩ ପାଇଁ ମନୋନୀତ ହୋଇଥିଲେ ଯେଉଁଥିପାଇଁ ଚଳିତ ବର୍ଷ ତାଙ୍କ ପାଇଁ ଅଧିକ ସ୍ୱତନ୍ତ୍ର ହୋଇ ଯାଇଛି ।
ସେ କହିଛନ୍ତି, ମୁଁ ଏଫଆଇଏଚ୍ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ୨୦୨୩ ପାଇଁ ମନୋନୀତ ହୋଇଥିବାରୁ ମୁଁ ଆଶ୍ଚର୍ଯ୍ୟ ଏବଂ ସମ୍ନାନିତ ମନେକରୁଛି । ଆନ୍ତର୍ଜାତୀୟ ସ୍ତରରେ ଏଭଳି ମାନ୍ୟତା ପାଇବା ଜଣେ ଖେଳାଳୀ ଭାବରେ ସମସ୍ତଙ୍କର ସ୍ୱପ୍ନ ଥାଏ । ଏହା ଆମକୁ ଆହୁରି ଭଲ କରିବାକୁ ପ୍ରେରଣା ଯୋଗାଇଥାଏ ।
ତେବେ ଏହା ତାଙ୍କର ସର୍ବୋତମ ବର୍ଷ ନୁହେଁ ଏବଂ ସେ ଭଲ କରିପାରିଥାନ୍ତେ ବୋଲି ସେ ସ୍ୱୀକାର କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
