ଭୁବନେଶ୍ୱର, 09 ଜାନୁଆରୀ (ହି.ସ.) କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲା ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ଅବସରରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ମାଛଧରା ପୋତାଶ୍ରୟରେ ମତ୍ସ୍ୟଜୀବୀ ପୁରୁଷ ଓ ମହିଳାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଓ ଅସୁବିଧା ପଚାରି ବୁଝିଛନ୍ତି। ଏହି ଅବସରରେ ସେ ମତ୍ସ୍ୟଜୀବୀ ହିତାଧିକାରୀଙ୍କୁ କେସିସି, ପ୍ରମାଣପତ୍ର/ମଞ୍ଜୁରୀ ଆଦେଶ ଓ କ୍ଷାର ପାଣି ପୋଖରୀ ସବସିଡି ପ୍ରଦାନ କରିଥିଲେ ଏବଂ ଜିଏଆଇଏସ୍ ହିତାଧିକାରୀଙ୍କୁ ମଧ୍ୟ ଚେକ୍ ବାଣ୍ଟିଥିଲେ ।
ଏହା ସହ ପାରାଦୀପ ମାଛ ଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ଶ୍ରୀ ପରଷୋତ୍ତମ ରୂପାଲା ଏହି ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିଥିଲେ।
ସାଗର ପରିକ୍ରମା ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ରୂପାଲା ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାର ଖରିନାସୀ ମତ୍ସ୍ୟ ଅବତରଣ କେନ୍ଦ୍ରରେ ପହଞ୍ଚି ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଓ ମତ୍ସ୍ୟଜୀବୀ ସମ୍ପ୍ରଦାୟର ପ୍ରତିନିଧିଙ୍କ ମିଳିତ ଉଦ୍ୟମକୁ ଦେଖିବାକୁ ପାଇଥିଲେ। ଶ୍ରୀ ରୂପାଲା ବର୍ଦ୍ଧିତ ଚାହିଦା ପୂରଣ କରିବାରେ ମତ୍ସ୍ୟ ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଆମର ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକାର କରିଥିଲେ। ଏମାନେ ଆମକୁ ଖାଦ୍ୟ ଏବଂ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଯୋଗାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ବୋଲି ସେ କହିଥିଲେ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
