• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ସରଗି ଫୁଲ୍ ମହୋତ୍ସବ ଉଦଘାଟିତ – Hindusthan Samachar Odia
Regional

ସରଗି ଫୁଲ୍ ମହୋତ୍ସବ ଉଦଘାଟିତ – Hindusthan Samachar Odia

CliQ INDIA
Last updated: December 19, 2025 9:25 am
CliQ INDIA
Share
4 Min Read
SHARE

୩୦ ଟି ଜିଲ୍ଲାରୁ ୧୧୬୦ ଅଂଶଗ୍ରହଣକାରୀ ସାମିଲ୍‌

ପିଲାମାନଙ୍କ ମଧ୍ୟରେ ଅଫୁରନ୍ତ ଆଶା ଓ ଆନନ୍ଦ ଆଣିଦିଏ ସରଗି ଫୁଲ୍ : ମନ୍ତ୍ରୀ

ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ)- ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ସରଗି ଫୁଲ୍ ମହୋତ୍ସବ ୨୦୨୫ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ଶୁଭାରମ୍ଭ କରିଛନ୍ତି ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଆନୁକୁଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଛନ୍ତି । ଅନ୍ୟାନ୍ୟ ଅତିଥି ଭାବେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବି.ପରମେଶ୍ୱରନ୍‌, , ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ମୀଣା, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନ୍ୟାନ୍ୟ ପଛୁଆ ବର୍ଗ ନିର୍ଦ୍ଦେଶକ ଶ୍ରୀମତୀ ଯୁଗଳେଶ୍ୱରୀ ଦାଶ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ମେମ୍ବର ସେକ୍ରେଟାରୀ ସୁଧାକର ଶବର ପ୍ରମୁଖ ଉପସ୍ଥିତ ଥିଲେ ।

ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି କହିଛନ୍ତି, ପିଲାମାନଙ୍କ ମଧ୍ୟରେ ଅଫୁରନ୍ତ ଆଶା ଓ ଆନନ୍ଦ ଆଣିଦେବାରେ ସହାୟକ ହୁଏ ସରଗି ଫୁଲ୍ ମହୋତ୍ସବ । ପିଲାମାନେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ଭଳି କ୍ଷମତା ବହନ କରୁଛନ୍ତି । ବିଶେଷ କରି ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଅଧିକ ବିକଶିତ କରିବା ନିମନ୍ତେ ଏହି ମହୋତ୍ସବ ଏକ ଅଭିନବ ମାଧ୍ୟମ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭାଗର ସଫଳତା ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି, ୧୭୬୫ ଟି ଶିକ୍ଷାନୁଷ୍ଠାନ ଓ ୫୯୬୩ ଟି ଛାତ୍ରାବାସ ଓ ଛାତ୍ରୀ ନିବାସ ଅଧିନରେ ୫.୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି । ବିକାଶର ମାଧ୍ୟମ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

କାର‌୍ୟ୍ୟକ୍ରମରେ ଆୟୁକ୍ତ ତଥା ଶାସନ ସଚିବ ସ୍ୱାଗତ ଅଭିଭାଷଣ ରଖି ସର୍ଗିଫୁଲର କାର‌୍ୟ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେ କହିଛନ୍ତି, ସରଗି ଫୁଲ୍ କାର‌୍ୟ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଭାଗୀୟ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଭାଗ ନେଇଥାନ୍ତି । ଏହି ଉତ୍ସବ ଛାତ୍ରଛାତ୍ରୀମାନଙ୍କ ପାଇଁ ଯେତେ ଗୁରୁତ୍ୱପୂର୍ଣ୍ଣ, ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ମଧ୍ୟ ସେତେ ଉପଯୋଗୀ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଉଦଘାଟନୀ ଅବସରରେ ୨୦୨୫ ଦଶମ ବୋର୍ଡ଼ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୧୦ ଜଣ ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ସହ ସ୍ମାରକି ଏବଂ ପୁସ୍ତକ ପ୍ରଦାନ କରିଛନ୍ତି । ଅନୁଗୁଳରୁ ନିର୍ମଳ ଦେହୁରୀ, କେନ୍ଦୁଝରରୁ ଗିତିସୁଦ୍ଧା ନାଏକ, ଗଜପତିରୁ ଜୁସପିନା ମଣ୍ଡଳ, କନ୍ଧମାଳରୁ ସୌମ୍ୟରଞ୍ଜନ କହଁର, ମୟୂରଭଞ୍ଜରୁ ଡ଼ାଳିନୀ ମୁର୍ମୁ, ଗଜପତିରୁ ଅନୁଶ୍ରୀ ବଡରାଏତା, ନବରଙ୍ଗପୁରରୁ ଉର୍ମିଳା ଭତ୍ରା, ଗଜପତିରୁ ବିପାଶା ଭୂୟାଁ, ରାୟଗଡ଼ାରୁ ପିଙ୍କି କାଲକା, ବରଗଡ଼ରୁ ବାସନ୍ତି ମହାନନ୍ଦ ସମ୍ମାନିତ ହୋଇଛନ୍ତି ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ସର୍ଗିଫୁଲ୍ କାର‌୍ୟ୍ୟକ୍ରମ ବିଦ୍ୟାଳୟ, ବ୍ଲକ୍‌, ଜିଲ୍ଲାସ୍ତରରେ କରିବା ପରେ ରାଜ୍ୟସ୍ତରରେ ପାଳନ କରାଯାଇଥାଏ । ୨୦୧୦ ମସିହାରେ ସରଗି ଫୁଲ ମହୋତ୍ସବ ଆରମ୍ଭ ହୋଇଥିଲା । ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ସରଗି ଫୁଲ୍ ମହୋତ୍ସବ ଆରମ୍ଭ । ଚଳିତ ବର୍ଷ ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଭାଗୀୟ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ୧୧୬୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

ଚଳିତ ବର୍ଷ ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯାଇଛି । ୪୦ ଟି ଷ୍ଟଲରେ ୮୦ ଜଣ ଛାତ୍ରଛାତ୍ରୀ ଓ ୪୦ ଟି ଗାଇଡ୍ ଶିକ୍ଷକ ସାମିଲ୍ ଅଛନ୍ତି । ସେହିପରି ୧୧୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ତପୋବନ ଉଚ୍ଚ ବିଦ୍ୟାଳୟରେ ଭଲି ବଲ୍ ପ୍ରତିଯୋଗିତା ଆୟୋଜିତ କରାଯିବ । ଏଥିସହ ୧୬ ଟି ପାଭିଲିୟନ୍ ରେ ୨୨ ଟି ପ୍ରତିଯୋଗିତା ଆୟୋଜିତ ହେବ । ଯେଉଁଥିରେ କି ଚିତ୍ରାଙ୍କନ, ସଙ୍ଗୀତ, ଡିବେଟ୍‌, କୁଇଜ୍‌, ନୃତ୍ୟ, ସ୍ଲୋଗାନ୍ ଆଦି ପ୍ରତିଯୋଗିତା କରାଯିବ । ଏଥିସହ ୨୭ ଟି କର୍ମଶାଳା ମଧ୍ୟ ଆୟୋଜନ କରାଯିବ । ଯେଉଁଥିରେ କି ଶିଶୁ ସାମ୍ବାଦିକତା, ଗଣିତ ଖେଳ, ମୁରାଲ୍ ଆର୍ଟ, କଣ୍ଢେଇ ଖେଳ, ଷ୍ଟୋରିଟେଲିଂ, ଗ୍ଲାସ୍ ପେଣ୍ଟିଂ, ଛଉ, ପୋଷ୍ଟର ମେକିଂ, ଚିତ୍ରାଙ୍କନ ଆଦି ଆୟୋଜିତ ହେବ ।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ଜୟନ୍ତୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ରାଜ୍ୟପାଳ
ସପ୍ତମ ପଞ୍ଚାୟତ ସମିତି ବୈଠକ୧୦ଟାରେ ହେବାକୁ ଥିବା ବୈଠକ ୧ଟାରେ ଆରମ୍ଭଅଣଦେଖା ନେଇ ସମିତି ସଭ୍ୟଙ୍କ କକ୍ଷ ତ୍ୟାଗ
ପୁରୀ ଜିଲ୍ଲାକୋର୍ଟସ୍ଥାନାନ୍ତର ବିରୁଦ୍ଧରେ ଓକିଲ ମାନଙ୍କ ଶୋଭାଯାତ୍ରା ମାନବଶୃଙ୍ଖଳ | BulletsIn
ଗୋପାଳପୁରରେ ମତ୍ସ୍ୟଜୀବୀଙ୍କ ସହ କଥା ହେଲେ ରାଜ୍ୟପାଳ
ଆଜି ‘ଗ୍ରାଣ୍ଡ ହୋମ୍ କମିଂ’- ସୋଆ ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ | BulletsIn

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଅର୍ଥମନ୍ତ୍ରୀ ଲୋକସଭାରେ ସିକ୍ୟୁରିଟିଜ୍ ମାର୍କେଟ୍ କୋଡ୍ ବିଲ୍‌, ୨୦୨୫ ଆଗତ କଲେ
Next Article ସବକା ବୀମା ସବକୀ ରକ୍ଷା (ବୀମା ଆଇନ ସଂଶୋଧନ) ବିଲ୍‌, ୨୦୨୫ ସଂସଦରେ ଗୃହୀତ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?