ଭବାନୀପାଟଣା,୧୭ ଜାନୁୟାରୀ (ହିଁ.ସ.) ଆସନ୍ତା ଜାନୁୟାରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀ ଶ୍ରୀ ସମଲେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦେଓ କୁମାର ଅଜମେରିଆ, ଟ୍ରଷ୍ଟି, ମନୋଜ ରାୟ ପୂଜକ, ସଗନ୍ ରାୟ ପୂଜକ, ନୀଳାଚଳ ସେଠୀ ନୋଡାଲ ଅଧିକାରୀ କଳାହାଣ୍ଡି ଜିଲ୍ଲାର ୫ଟି ମନ୍ଦିରର ପୂଜକ, ମନ୍ଦିର କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରିଛନ୍ତି। କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ , ଉପ ଜିଲ୍ଲାପାଳ ଭବାନୀପାଟଣା ବିଶ୍ୱଜିତ ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ମା ମାଣିକେଶ୍ବରୀରେ ଉପସ୍ଥିତ ରହି ନିମନ୍ତ୍ରଣ ଟିମଙ୍କୁ ସ୍ଵାଗତ କରିଥଲେ। ଏହି ସମାବେଶରେ ରାଜବାଟି ସ୍ଥିତ ମା ମାଣିକେଶ୍ବରୀ ମନ୍ଦିର, ଥୁଆମୂଳ ରାମପୁର ମା ମାଣିକେଶ୍ବରୀ ମନ୍ଦିର, ଜୁନାଗଡ ମା ଲଙ୍କେଶ୍ବରୀ ମନ୍ଦିର, ଧର୍ମଗଡ ମା ଭଣ୍ଡାରଘରଣୀ ମନ୍ଦିର ଏବଂ ଏମ.ରାମପୁର କାଳୀ ମନ୍ଦିରର ପୂଜକ ଓ ମନ୍ଦିର କର୍ମକର୍ତା ଉପସ୍ଥିତ ରହି ନିମନ୍ତ୍ରଣ ପତ୍ର, ଗୁଆ ଗ୍ରହଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର /ଜୟକୃଷ୍ଣ/ସ୍ୱାଗତିକା/ସମନ୍ୱୟ
