ଭୁବନେଶ୍ୱର, 8 ନଭେମ୍ବର (ହି.ସ.) ରାଜ୍ୟରୁ 2ରୁ 3ଡିଗ୍ରୀ ଯାଏ ଖସିଛି ପାରଦ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ପାରଦ ୨ ରୁ ୩° ସେଲସିୟସ ଯାଏଁ ତଳକୁ ଖସିଛି । ରାତ୍ରି ତାପମାତ୍ରା ସମତଳ ଅଞ୍ଚଳ ମଧ୍ୟରେ କିରେଇରେ ୧୨.୭° ସେଲସିୟସ, ଫୁଲବାଣୀ ୧୩° ସେଲସିୟସ ରେକର୍ଡ ହୋଇଛି । ପାହାଡିଆ ଅଞ୍ଚଳ ମଧ୍ୟରେ କୋରାପୁଟ ୧୩° ସେଲସିୟସ ଏବଂ ଜି.ଉଦୟଗିରିରେ ୧୩.୨ ° ସେଲସିୟସ ରେକର୍ଡ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
