ଭୁବନେଶ୍ୱର, 13 ଜାନୁଆରୀ (ହି.ସ.)- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶିକ୍ଷାର ପ୍ରସାର ମାଧ୍ୟମରେ ଲୋକଙ୍କୁ ନିଜ ମୌଳିକ କର୍ତବ୍ୟ, ଅଧିକାର ବିଷୟରେ ଜାଗ୍ରତ କରିବା ସହ ଓଡ଼ିଆ ଜାତିର ସାମଗ୍ରିକ ବିକାଶ ଦିଗରେ ତାଙ୍କ ଉଦ୍ୟମ ଚିରସ୍ମରଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
