ଭୁବନେଶ୍ୱର, 23 ଜାନୁଆରୀ (ହି.ସ.) ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆଜି ରାଜଭବନରେ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ନେତାଜୀ ସୁଭାଷ ବୋଷ ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ତଥା ବଡ ନେତା ଥିଲେ । ଇଂରେଜ ବିରୁଦ୍ଧରେ ଲଢିବା ପରେ ସେ ଆଜାଦ ହିନ୍ଦ୍ ଫୌଜର ଗଠନ କରିଛନ୍ତି । ତାଙ୍କର ଜୟ ହିନ୍ଦ୍ ନାରା ଭାରତର ରାଷ୍ଟ୍ରୀୟ ନାରା ପାଲଟିଥିଲା । ତାଙ୍କ ଜନ୍ମଭୂମିର ଲୋକଙ୍କ ସେବା କରି ମୋତେ ଗର୍ବ ଅନୁଭବ ହେଉଛି । ଜୟ ହିନ୍ଦ୍ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
