
ଗଞ୍ଜାମ, ୨୮ ଡିସେମ୍ବର (ହି.ସ.)- ଗଂଜାମ ଜିଲାର ପାଟପୁର ଥାନା ଅଂଚଳରେ ୨୦୨୧ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ବ୍ରହ୍ମପୁର ଏଡିଜେ(୧)ଡ, ଇନ୍ଦୁ ଭୂଷଣ ଶର୍ମା ଚୁଡାନ୍ତ ରାୟ ଶୁଣାଇଛନ୍ତି । ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣ ଆଧାରରେ ଦୋଷୀକୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଓ ଏହା ଅନାଦାୟେ ଅଧିକ ଏକବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଲା ଆମ୍ବଗାଁର ଡାକଭୂୟାଁ ।
ହିନ୍ଦୁସ୍ଥାନ ସମାଚାର /ହୃଷୀକେଶ/ସ୍ୱାଗତିକା/ସମନ୍ୱୟ
