ବଲାଙ୍ଗିର, ୧୮ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇରାସର ଗ୍ରାମ ପଂଚାୟତ ର ବନବାହାଲ ଗ୍ରାମରେ ଏକ ମୂର୍ତ୍ତିକା ହେଲ୍ଥ କାର୍ଡ ବଣ୍ଟନ ସ୍କିମ ବିଷୟ ଉପରେ ଆଲୋଚନା କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡା. ମୁକେଶ ମହାଲିଙ୍ଗ ଯୋଗଦେଇ ମୁର୍ତ୍ତିକା ପରିକ୍ଷଣ କାର୍ଡ ବଣ୍ଟନ କରିଥିଲେ।
ନୋମିନି ଦେବିଲାଲ ମିଶ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ସ୍କିମ ଅଧିକାରୀ ସୁଧାକର ନନ୍ଦ, ଜିଲ୍ଲା ମୁର୍ତ୍ତିକା ପରିକ୍ଷଣ ଅଧିକାରୀ ବିମ୍ବାଧର ସାହୁ, ବ୍ଲକ କୃଷି ଅଧିକାରୀ ଶାନ୍ତନୁ କୁମାର ପଟେଲ, ଗ୍ରାମ୍ୟ କୃଷି ଅଧିକାରୀ ସ୍ମିତାରାଣି ପଣ୍ଡା ଓ ବ୍ଲକର ସମସ୍ତ କୃଷି କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
