ବଲାଙ୍ଗିର, 19 ଅଗଷ୍ଟ (ହି.ସ.)
ପରୋପକାରୀ ଭାବରେ ଦେଓଗାଁ କଛାରପାଳି ନିବାସୀ ରାମ ନିବାସ ଅଗ୍ରୱାଲ 73 ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ରେ ପୀଡିତ ହୋଇ ଥିଲେ, ମିଷ୍ଟଭାଷୀ,ମେଳାପୀ,ଧର୍ମପରାୟଣl ଓ ପରୋପକାରୀ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ରାମ ନିବାସ ଅଗ୍ରୱାଲ ସୋମବାର ଦିନ 11ଟା 30 ମିନିଟ ରେ ପରଲୋକ ହୋଇ ଯାଇଛି l ତାଙ୍କର ମୃତ୍ୟୁ ଖବର ଶୁଣି ଦେଓଗାଁ ଗାଆଁ ରେ ଶୋକ ଛାୟା ଖେଳିଯାଇଛି l ମୃତ୍ୟୁଶଯ୍ୟାରେ ପୁତ୍ର ସୁରେଶ କୁମାର ଅଗ୍ରୱାଲ ଓ ସ୍ତ୍ରୀ ସବିତା ଅଗ୍ରୱାଲ ଏବଂ ତାଙ୍କର ମା କମଳା ଅଗ୍ରୱାଲ ଆତ୍ମୀୟ, ସ୍ୱଜନ ଓ ବନ୍ଧୁ ବର୍ଗ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଲୋକ ଉପସ୍ଥିତ ଥିଲେ। ଶେଷ ରେ ଦେଓଗାଁ ର ସୋନଗଡ଼ ନଦୀ ପଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରl ଯାଇଥିଲା । ମୃତକଙ୍କ ପୁଅ ସୁରେଶ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି ତାଙ୍କର ମୃତ୍ୟୁ ଖବର ଶୁଣି ଆଖପାଖ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
