



ବଲାଙ୍ଗିର, ୧୨ ଡିସେମ୍ବର (ହି.ସ.)- ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀ ନଗର ପକ୍ଷରୁ ଇଛାପଡ଼ା ପ୍ରହରୀ ମଣ୍ଡପ ଠାରେ ସ୍ଥାନୀୟ ଯୁବ ସ୍ବେଛାସେବୀ ମାନଙ୍କ ସହାୟତାରେ ଏକ ଅଣ ସଂକ୍ରମଣ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ସର୍ବମୋଟ ଏକଶହ ସତୁରି (୧୭୦) ରୁ ଉର୍ଦ୍ଧ ବିଭିନ୍ନ ବର୍ଗ ର ରୋଗୀ ଯଥା ଉଚ୍ଚ ରକ୍ତ ଚାପ, ମଧୁମେହ, କେନସର, ଥାଇରଡ଼ ଜନିତ ରୋଗର ଚିକିତ୍ସା ଓ ପରାମର୍ଶ ଇତ୍ୟାଦିର ସୁବିଧା ପାଇପାରିଥିଲେ। ରୋଗୀ ମାନେ ନିଜର ଚିକିତ୍ସା ତଥା ସ୍ଵାସ୍ଥ୍ୟ ପରୀକ୍ଷା କରାଇ ଏଭଳି ସ୍ଵାସ୍ଥ୍ୟ ଶିବିର ଆହୁରି ଅନେକ କରିବା ପାଇଁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରିଥିଲେ।
ଏହି ସ୍ଵାସ୍ଥ୍ୟ ଶିବିରରେ ବଲାଙ୍ଗିର ଦାୟିତ୍ଵରେ ଥିବା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଦିବ୍ୟକିଶୋର ପତି, ଜାତୀୟ ସ୍ଵାସ୍ଥ୍ୟ ମିଶନ ଅତିରିକ୍ତ ମ୍ୟାନେଜର (APM) ରାମାନୁଜ ପଣ୍ଡା, ନେସନାଲ ପିସ ୟୁନିସନ ତଥା ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର ନିର୍ଦେଶକ ଓ ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ, ଡ଼ା. ଅଙ୍କିତ ପଣ୍ଡା, ଡ଼ା. ସୁଦାମ ମେହେର ଏହି ଶିବିରକୁ ଏକ ସଫଳ ଚିକିତ୍ସା ଶିବିର ବୋଲି କହିବା ସହ ସ୍ଵାସ୍ଥ୍ୟ ହିଁ ସମ୍ପଦ ଏହି ବିଷୟ ବସ୍ତୁ ଉପରେ ଉଦବୋଧନ ଦେଇଥିଲେ।
ଉପରୋକ୍ତ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଶ୍ରୀମତୀ ସୂର୍ଯ୍ୟଶ୍ମି ହୋତା, ରୋନି ବଗର୍ତି, ରୋଜାଲିନ ହୋତା, ମାମି ସିଂଦେଓ, ବିରୁପାକ୍ଷ ଥନାପତି, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ନିକୁଞ୍ଜ ପଟେଲ ପ୍ରମୁଖ ସଭ୍ୟ ସଭ୍ୟା ଯୋଗଦାନ କରି ସ୍ଵାସ୍ଥ୍ୟ ଶିବିରକୁ ପରିଚାଳନା କରାଇଥିବା ବେଳେ ଇଛାପଡ଼ା ପ୍ରହରୀ ମଣ୍ଡପ ସଭ୍ୟଗଣ ଯଥା ଗଙ୍ଗାଧର ମାଝୀ, ରାଧେଶ୍ୟାମ ବିଶି, ଚମ୍ପେ ଦୋରା, ଦେବାଶିଷ ଲେଙ୍କା ଏହି ଶିବିରକୁ ସମ୍ପୂର୍ଣ ସହଯୋଗ କରିଥିଲେ। ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଦାୟିତ୍ଵରେ ଥିବା ବଲାଙ୍ଗିର ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ଦିବ୍ୟକିଶୋର ପତିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
