ଭୁବନେଶ୍ୱର, 23 ଜାନୁୟାରୀ (ହି.ସ) – ଭଦ୍ରକରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମହାଚେତାବନୀ ସମାବେଶ ଆୟୋଜିତ ହୋଇଯାଇଛି । ଓଡ଼ିଆଙ୍କୁ ନିଯୁକ୍ତି, ଚାଷ ଜମିକୁ ଜଳସେଚନ, ସୁଦୃଢ କୃଷି ଭିତ୍ତିଭୂମି, ଧାନ ମଣ୍ଡି ସମସ୍ୟାକୁ ନେଇ ଭଦ୍ରକ ଗାନ୍ଧୀପଡିଆ ଠାରୁ ଧାମରା ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦଯାତ୍ରା 4 ଦିନ ଧରି ଚାଲିବ । ନବନିର୍ମାଣ କୃଷକ ସଂଗଠନର ରାଷ୍ଟୀୟ ସଂଯୋଜକ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ସତ୍ୟପ୍ରକାଶ ନାୟକଙ୍କ ସମେତ ଅନେକ ଚାଷୀ ନେତା ଓ ଚାଷୀମାନେ ସାମିଲ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
