କେନ୍ଦ୍ରାପଡ଼ା, ୨୪ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଚାରିଗାଁ ପଂଚାୟତର ଗଣ୍ଡସାହି ଗ୍ରାମର ଜଣେ ଯୁବକ ଗୁଆ ତୋଳିବା ବେଳେ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଗଣ୍ଡସାହି ଗ୍ରାମର ପଦ୍ମଚରଣ ଦାସଙ୍କ ପୁଅ ସୁଶାନ୍ତ ଦାସ ଓରଫ କାଳିଆ ବୟସ ୪୫, ଜଣେ ଗୂଆ ବ୍ୟବସାୟୀ ଭାବେ ଗାଁ ଗାଁ ବୁଲି ଲୋକଙ୍କ ବାଡିରେ ଥିବା ଗୁଆ ଗଛରୁ ଗୁଆ ତୋଳି ବ୍ୟବସାୟ କରନ୍ତି । ଶୁକ୍ରବାର ମଧ୍ୟାହ୍ନରେ କେନ୍ଦ୍ରାପଡା ସହର ନିକଟ କପାଳେଶ୍ୱର ପଂଚାୟତରେ ଜଣଙ୍କ ବାଡିରୁ ଗୁଆ ତୋଳୁଥିବା ବେଳେ ତାଙ୍କ ଲୁହା କାଟେଣୀ ଟି ଗୁଆ ଗଛ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ହାତ ଓ ପାଦ ପୋଡିଯିବା ସହ ମସ୍ତିଷ୍କ ଗୁରୁତର ଭାବେ ଆହତ ହୋଇଛି । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଖବରପାଇ ପରିବାର ଲୋକେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
…………………………………/ସମନ୍ୱୟ
