ଭୁବନେଶ୍ୱର, 9 ଜାନୁଆରୀ (ହି.ସ.) – ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଳିପଡ଼ା, ନପୁଟ ଓ ନରସିଂହପୁର ଗ୍ରାମପଂଚାୟତର ଶତାଧିକ ବିଜେପି କର୍ମୀ ମଙ୍ଗଳବାର ଶଙ୍ଖଭବନ ଠାରେ ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା ଏବଂ ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଟଣୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ଏହି ମିଶ୍ରଣ ପର୍ବରେ ମଳିପଡ଼ା ଗ୍ରାମପଂଚାୟତର ସରପଂଚ ସୁନୀଲ ମୁଦୁଲି, ନାଏବ ସରପଂଚ ଶ୍ରୀମତୀ ମମତା ବଡ଼ଜେନା,ୱାର୍ଡ଼ମେମ୍ବର ଶ୍ୟାମସୁନ୍ଦର ଦେହୁରୀ, ସୁରେନ୍ଦ୍ର ରାଉତରାୟ, ମନୋରଞ୍ଜନ ପ୍ରଧାନ, ନୃସିହ ଚରଣ ଜେନା, ଖୋକନ ମଙ୍ଗରାଜ, ନପୁଟ ଗ୍ରାମପଂଚାୟତର ସରପଂଚ ଶ୍ରୀମତୀ ସୁଚିତ୍ରା ପାତ୍ର, କମ୍ଭୁପାଣୀ ପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତିରାଜେଶ ପାତ୍ର, ବିଜେପି କର୍ମୀ ପ୍ୟାରୀ ମୋହନ ପରିଡ଼ା, ସୁଶୀଲ ପରିଡ଼ା, କୃପାସିନ୍ଧୁ ସାମନ୍ତରାୟ, ପ୍ରଦୀପ ପାଇକରାୟ, ନୀଳକଣ୍ଠ ଜେନା, ଟୁଟିଳ ଭାରିମଲ, ନବ ମଙ୍ଗରାଜ, ରାକେଶ ପାତ୍ର, ଅଜୟ ଜେନା, ପର୍ଶୁରାମ ପାଇକରାୟ, ରଣସିଂହପୁର ଗ୍ରାମପଂଚାୟତର ସରପଂଚ ବର୍ଷାରାଣୀ ନାୟକ, ୱାର୍ଡ଼ ସଭ୍ୟ ମିଲନ କୁମାର ବଡ଼ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ମନୋଜ କୁମାର ରଥ, ମଦନ ମୋହନ ବେହେରା, ନାଲୁ ସେନାପତି, ପ୍ରିୟରଞ୍ଜନ ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜଟଣୀ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ କୈଳାସ ଚନ୍ଦ୍ର ପାତ୍ର, ଖୋର୍ଦ୍ଧା ଜିଲ୍ଲା ସହପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମିଶ୍ର ଓ ଭୁବନେଶ୍ୱର ବ୍ଲକ ବିଜେଡ଼ି ସଭାପତି ମହେନ୍ଦ୍ର କୁମାର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
