
ଭୁବନେଶ୍ୱର, 15 ଡିସେମ୍ବର (ହି.ସ.) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ପରିକଳ୍ପନା ସହିତ ଭାରତକୁ ଏକତା ସୂତ୍ରରେ ବାନ୍ଧିରଖିଥିବା ଲୌହ ପୁରୁଷ, ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଦିବସ ଅବସରରେ କୋଟି କୋଟି ପ୍ରଣାମ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
