ବଲାଙ୍ଗିର, 25 ଅଗଷ୍ଟ (ହି.ସ.)
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅର୍ନ୍ତଗତ ସୁର୍ଡା ପଞ୍ଚାୟତ ମହଗାଁ ଗ୍ରାମର ଜଗଦୀଶ ନାଗ (୩୭) ପେଟପାଟଣା ପାଇଁ ପ୍ରବାସୀ ଶ୍ରମିକ ଭାବେ ମହାରାଷ୍ଟ୍ରର ଥାନେ ଜିଲ୍ଲା ଘାଟକପର ଅଞ୍ଚଳକୁ କାମ କରିବାକୁ ଯାଇଥିଲେ। ସେଠାରେ ସେ ଏକ କୋଠା ନିର୍ମାଣ କାମରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ୧୯ ତାରିଖ ମଙ୍ଗଳବାର ରାତିରେ କୌଣସି କାରଣରୁ ନୁତନ ତିଆରି ହେଉଥିବା କୋଠା ଉପରୁ ପଡ଼ି ଯାଇଥିଲେ। ମହଗାଁର ଅନ୍ୟ ଶ୍ରମିକମାନେ
ତାଙ୍କୁ ସ୍ଥାନୀୟ ହସ୍ପିଟାଲ କୁ ନେଇଥିଲେ। ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ସ୍ଥାନୀୟ ପୋଲିସ ପହଞ୍ଚି ଶବ ଜବତ କରିଥିଲା। ଏବଂ ମୃତକଙ୍କ ପରିବାର ଆସିଲେ ଯାଇଁ ଶବ ହସ୍ତାନ୍ତର କରାଯିବ ବୋଲି କହିଥିଲା। ସ୍ବାମୀ ଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଜାହ୍ନବୀ ନାଗ (୩୩) ସଂଜ୍ଞାହୀନ ହୋଇ ପଡିବାରୁ ବନ୍ଧୁ ପରିଜନ ଟିଟିଲାଗଡ଼ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।
ଏପଟେ ପରିବାର ବର୍ଗ ଓ ବନ୍ଧୁ ପରିଜନ ଜାହ୍ନବୀ ତଥା ତାଙ୍କ ଛୋଟ ଛୋଟ ଦୁଇ ପୁଅଝିଅ କୁ ଦେଖିବେ କି ମୃତ ଶରୀର ଆଣିବା ପାଇଁ ମହାରାଷ୍ଟ୍ର ଯିବେ। ଏପରି ସ୍ଥିତିରେ ମୃତଶରୀର ଗାଁ କୁ ଆଣିବାପାଇଁ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଙ୍କ ଅଫିସ , ସିନ୍ଧେକେଲା ପୋଲିସ, ଏଏଲଓ , ଡିଏଲଓ ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଏ ବିଷୟରେ ଅବଗତ କରିଥିଲେ। ଏବଂ ମୃତ ଜଗଦୀଶ ଙ୍କ ପରିବାର ସେଠାରେ ଥିବା ମହଗାଁର ଅନ୍ୟ ଶ୍ରମିକ ମାନଙ୍କ ହାତରେ ଶବ ହସ୍ତାନ୍ତର ପାଇଁ ଯେତେ ନେହୁରା ହେଲେ ବି ସେଠାକାର ପୋଲିସ ନିଜେ ପରିବାର ଲୋକ ଆସିଲେ ହିଁ ଶବ ହସ୍ତାନ୍ତର କରାଯିବ ବୋଲି କହୁଥିଲା । ମୃତ୍ୟୁ ହେବାର ୬ ଦିନ ପରେ ରବିବାର ଭୋର ସକାଳ ରେ ମୃତଶରୀର ଗାଁ କୁ ଫେରି ପାରିଥିବାରୁ ପ୍ରଶାସନ, ଜନପ୍ରତିନିଧି ଏବଂ ବିଶେଷ କରି ଏହାକୁ ନେଇ ଖବର ପରିବେଷଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଗଣମାଧ୍ୟମ କୁ ଧନ୍ୟବାଦ୍ ଜଣାଇଛନ୍ତି ପରିବାର ବର୍ଗ।
—————
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
