ଭୁବନେଶ୍ୱର, 7 ନଭେମ୍ବର (ହି.ସ.)- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିମାନ ଉଡାଣରେ ବିଳମ୍ବ ନେଇ
ଅସନ୍ତୋଷ । 25 ମିନିଟ ବିଳମ୍ବରେ ଉଡିଲା ନବୀନଙ୍କ
ହେଲିକପ୍ଟର । ନୂଆପଡ଼ା ଗସ୍ତରେ ଭୁବନେଶ୍ୱର
ବିମାନ ବନ୍ଦରରୁ ଯାଉଥିଲେ ନବୀନ । ହେଲେ ଦିର୍ଘ
ସମୟ ଧରି ଉଡ଼ି ପାରିନଥିଲା ନବୀନଙ୍କ ବିମାନ ।
ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ । ନବୀନଙ୍କ
ଫ୍ଲାଇଟ ଅପରେଟର ଫ୍ଲାଇଟ ପ୍ଲାନ ସବମିଟ କରିନଥିଲେ । ଏୟାର ଡିଫେନ୍ସ କ୍ଲିୟରାନ୍ସ ନମ୍ବର
ମିଳିନଥିଲା, ସେହି କାରଣରୁ ବିଳମ୍ବ ହୋଇଥିଲା । କୋଲକାତାରୁ
କ୍ଳିଅରାନ୍ସ ନେବା ପରେ ବିମାନ ଉଡ଼ିଛି ।ପଚିଶ ମିନିଟ ବିଳମ୍ବର ତାଙ୍କ ବିମାନ ଉଡିଲା ବୋଲି
ବିମାନ ବନ୍ଦର ନିର୍ଦ୍ଦେଶକ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
