ଭୁବନେଶ୍ୱର, 17 ଜାନୁଆରୀ – ପୁରୀରେ ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରୀରେ ମୋଟ ୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ସୁରକ୍ଷା ତଦାରଖ କରୁଛନ୍ତି । ମୋଟ ୩୫୦ ବିଭିନ୍ନ ରାଙ୍କର ଅଫିସର ନିୟୋଜିତ ଅଛନ୍ତି ।
ସେ କହିଛନ୍ତି ଯେ ଆଣ୍ଟି ସାବୋଟେଜ୍ ଗ୍ରୁପ୍, କେନାଇନ୍ ସ୍କ୍ବାଡ୍ ମୁତୟନ କରାଯାଇଛି । ସେହିପରି ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ବ୍ୟବସ୍ଥା ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା
