
ବଣାଇ, ୬ ନଭେମ୍ବର (ହି.ସ.)- ବଣାଇରେ ଘର ଭିତରେ ପୋଡିହୋଇ ଗୁରୁତର ହୋଇଥିବା ଦମ୍ପତିଙ୍କୁ ଉଦ୍ଧାର କରାଯାଇଛି । ଉଭୟଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କିପରି ସ୍ଵାମୀ ସ୍ତ୍ରୀ ପୋଡି ଗୁରୁତର ହେଲେ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ବଣାଇ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି । ବଣାଇ କଲେଜ ପଛପାର୍ଶ୍ଵରେ ରହିଥିବା ଭଡ଼ା ଘରେ ଏହି ଅଘଟଣ ଘଟିଛି ।
ହିନ୍ଦୁସ୍ଥାନ ସମାଚାର/କାଳୀପ୍ରସାଦ/ପ୍ରଦୀପ୍ତ/ସମନ୍ୱୟ
