• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ସ୍କନ୍ଦମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ
Regional

ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ସ୍କନ୍ଦମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ

CliQ INDIA
Last updated: September 27, 2025 5:45 am
CliQ INDIA
Share
3 Min Read
SHARE
ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ଦୁର୍ଗା ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ  ଦର୍ଶନ ଦେଇଛନ୍ତି
ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ଦୁର୍ଗା ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ  ଦର୍ଶନ ଦେଇଛନ୍ତି
ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ଦୁର୍ଗା ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ  ଦର୍ଶନ ଦେଇଛନ୍ତି
ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ଦୁର୍ଗା ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ  ଦର୍ଶନ ଦେଇଛନ୍ତି

ବଲାଙ୍ଗିର, ୨୬ ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବଡିନାତ୍ମକ ଦେବୀ ପୂଜାରେ ଆଜି ପଞ୍ଚମ ଦିନରେ ନବଦୁର୍ଗାଙ୍କ ସ୍କନ୍ଦମାତା ବେଶ ।

ତିଥି ଅନୁସାରେ ଆଜି ନବଦୁର୍ଗାଙ୍କ ପଞ୍ଚମ ଦିନରେ ମା ସମଲେଶ୍ଵରୀ, ମା ଦୁର୍ଗା, କୁଷଙ୍ଗେଇ, ସମେତ ପଞ୍ଚମ ଦିନରେ ମା’ ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି। ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ରହିଛି । ମାତା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପର ନାମ ସ୍କନ୍ଦମାତା । କୁମାର କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଦ । ପ୍ରସିଦ୍ଧ ଦେବାସୁର ଯୁଦ୍ଧରେ ସେ ଦେବତା ମାନଙ୍କର ସେନାପତି ହୋଇଥିଲେ । ପୁରାଣରେ ତାହାଙ୍କୁ କୁମାର ଓ ଶକ୍ତିଧର କହି ତାଙ୍କର ମହିମା ବର୍ଣ୍ଣନା କରାଯାଇଛି । ସେହି ଭଗବାନ ସ୍କନ୍ଦଙ୍କର ମାତା ହୋଇଥିବାରୁ ମା’ ଦୁର୍ଗାଙ୍କର ଏହି ପଞ୍ଚମ ସ୍ୱରୂପର ନାମ ସ୍କନ୍ଦମାତା ହୋଇଛି ।

ନବରାତ୍ରି ପୂଜାର ପଞ୍ଚମ ଦିବସରେ ଏହାଙ୍କର ଉପାସନା କରାଯାଏ । ଏହି ଦିନ ସାଧକଙ୍କର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୁଏ । ମା’ଙ୍କର ବିଗ୍ରହରେ ଭଗବାନ ସ୍କନ୍ଦ ବାଳ ରୂପରେ କୋଳରେ ବସିଥାନ୍ତି । ସ୍କନ୍ଦମାତା ଦେବୀଙ୍କର ଚାରି ଭୂଜ । ଡାହାଣ ପଟର ଉପର ହାତରେ ସେ ଭଗବାନ ସ୍କନ୍ଦଙ୍କୁ କୋଳରେ ବସାଇ ଧରିଥାନ୍ତି ଏବଂ ସେହି ପଟର ତଳ ହାଟି ଉପରକୁ ଟେକି ସେଥିରେ କମଳ ପୁଷ୍ପଟିଏ ଧରିଥାନ୍ତି । ବାମ ପଟର ଉପରେ ହାତରେ ବରମୁଦ୍ରା ଦେଖାଉଥାନ୍ତି ଏବଂ ତଳ ହାତ ଉପରକୁ ଟେକି ସେଥିରେ ବି କମଳ ପୁଷ୍ପ ଧାରଣ କରିଥାନ୍ତି । ମା’ଙ୍କର ବର୍ଣ୍ଣ ପୂର୍ଣ୍ଣତଃ ଶୁଭ୍ର । ସେ କମଳ ଆସନରେ ବସିଥାନ୍ତି, ତେଣୁ ତାଙ୍କର ଅନ୍ୟ ନାମ ପଦ୍ମାସନା ଅଟେ । ସିଂହ ମା’ଙ୍କର ବାହନ ଅଟେ । ଶାସ୍ତ୍ରରେ ନବରାତ୍ର ପୂଜାର ପଂଚମ ଦିବସର ବିଶେଷ ମହତ୍ତ୍ୱ କୁହାଯାଇଛି । ବିଶୁଦ୍ଧଚକ୍ରରେ ଯେଉଁ ସାଧକଙ୍କର ମନ ଅବସ୍ଥିତ ଥାଏ, ତାଙ୍କର ସମସ୍ତ ବାହ୍ୟ କ୍ରିୟା ଓ ଚିତ୍ତବୃତ୍ତି ଲୋପ ହୋଇଯାଏ । ସେ ବିଶୁଦ୍ଧ ଚୈତନ୍ୟ ଆଡ଼କୁ ଅଗ୍ରସର ହେଉଥାନ୍ତି । ତାଙ୍କର ମନ ସକଳ ଲୌକିକ, ସାଂସାରିକ ତଥା ମାୟିକ ବନ୍ଧନରୁ ବିମୁକ୍ତ ହୋଇ ପଦ୍ମାସନା ସ୍କନ୍ଦମାତାଙ୍କ ସ୍ୱରୂପରେ ପୂର୍ଣ୍ଣତଃ ତର୍ଲ୍ଲୀନ ହୋଇଯାଏ । ଏହି ସମୟରେ ସାଧକ ପୂର୍ଣ୍ଣ ସାବଧାନ ହୋଇ ଉପାସନା କାର୍ଯ୍ୟରେ ଅଗ୍ରସର ହେବା ଆବଶ୍ୟକ ।

ମା’ ସ୍କନ୍ଦମାତାଙ୍କର ଉପାସନା କଲେ ଭକ୍ତଙ୍କର ସକଳ ଇଚ୍ଛା ପୂର୍ଣ୍ଣ ହୋଇ ଯାଏ । ଏହି ମୃତ୍ୟୁଲୋକରେ ବି ତାଙ୍କୁ ପରମ ଶାନ୍ତି ଓ ସୁଖ ଅନୁଭବ ହୁଏ । ତାଙ୍କ ପାଇଁ ମୋକ୍ଷର ଦ୍ୱାର ଖୋଲିବା ସ୍ୱତଃ ସୁଲଭ ହୋଇଥାଏ । ସ୍କନ୍ଦମାତାଙ୍କୁ ଉପାସନା କଲେ ତା’ ସହିତ ଭଗବାନ ସ୍କନ୍ଦଙ୍କର ଉପାସନା ବି ସ୍ୱତଃ ହୋଇଯାଏ । ଏହି ବିଶେଷତା କେବଳ ଏକନିଷ୍ଠ ଭକ୍ତଙ୍କୁ ମିଳେ । ତେଣୁ ସ୍କନ୍ଦମାତାଙ୍କ ଉପାସନା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ମାତା ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ତାଙ୍କର ଉପାସକ ଅଲୌକିକ ତେଜ ଓ କାନ୍ତିରେ ସଂପନ୍ନ ହୋଇଯାଆନ୍ତି । ତାଙ୍କର ଚତୁର୍ଦ୍ଦିଗରେ ଏକ ଅଲୌକିକ ପ୍ରଭାମଣ୍ଡଳ ଅଦୃଶ୍ୟ ଭାବରେ ପରିବ୍ୟାପ୍ତ ହୋଇଯାଏ ।

ସ୍କନ୍ଦମାତାଙ୍କ ସାଧନା କେବଳ ସନ୍ତାନ ସୁଖ ପାଇଁ ନୁହେଁ ବରଂ ରୋଗରୁ ମୁକ୍ତି ପାଇବା ପାଇଁ ମଧ୍ୟ ପୂଜା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ମା’ ସ୍କନ୍ଦମାତାଙ୍କ ସମ୍ବନ୍ଧ ବୃହସ୍ପତି ନାମକ ଗ୍ରହ ସହିତ ଜଡିତ। ବୃହସ୍ପତି ଗ୍ରହଙ୍କୁ ଶାନ୍ତ କରିବାକୁ ହେଲେ ମା’ ସ୍କନ୍ଦମାତାଙ୍କ ଶରଣାପନ୍ନ ହେବା ଉଚିତ। ମା’ ସ୍କନ୍ଦମାତାଙ୍କ ଆରାଧନା ସାଧକକୁ ସର୍ବ ସୌଭାଗ୍ୟ ପ୍ରଦାନ କରିଥାଏ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

You Might Also Like

ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ : ଆସନ୍ତା ୨୪ ଘଂଟା ମଧ୍ୟରେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ମହାମାୟ ମହିଳା ମହାବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗର ବିବାହ ସମ୍ପର୍କରେ ପାଠଚକ୍ର
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ବିୟୋଗରେ ମୁକେଶ ମହାଲିଙ୍ଗଙ୍କ ଶୋକ
ଦିଲ୍ଲୀ ୟୁନିଭର୍ସିଟିର ରାମଜସ କଲେଜରେ ବନ୍ଦେ ମାତରଂର 150 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
ତେଲେଙ୍ଗାନାରେ ସଡକ ଦୁର୍ଘଟଣାରେ ଓଡିଶାର 3 ଜଣ ପ୍ରାଣ ହରାଇବା ନେଇ ଦୁଃଖ ପ୍ରକାଶ କଲେ ନବୀନ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିରରେ ପୂଜା କଲେ ଗୃହମନ୍ତ୍ରୀ ଅମିତ ଶାହ
Next Article ନାଟୋ ମୁଖ୍ୟଙ୍କ ବୟାନ ଦାୟିତ୍ୱହୀନ: ଭାରତ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?