ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ଦଳିଦେଲା ଦନ୍ତା । ଅନୁଗୁଳ ଜିଲ୍ଲା ପାଲଲହଡାରେ ଅଭାବନୀୟ ଘଟଣା । ହାତୀ ଘଉଡାଇବାକୁ ଯାଇ ଯୁବକ ମୃତ । ମୃତ ଯୁବକ ହେଲେ ଖମାର ଥାନା ଶଙ୍ଖମୁର ଗ୍ରାମର ପପୁନ ସେଠି I ଖବର ପାଇ ଖମାର ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ଗାଁ ଭିତରକୁ ହାତୀ ପଶି ଆସିଥିବାରୁ ଗ୍ରାମବାସୀଙ୍କ ସହ ମିଶି ହାତୀ ଘଉଡ଼ାଉଥିଲେ ଯୁବକ । ଏହି ସମୟରେ ଯୁବକଙ୍କୁ ଦଳି ଦେଇଥିଲା ହାତୀ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
