ବଲାଙ୍ଗିର, 27 ଡିସେମ୍ବର (ହି.ସ.) ଡିଗ୍ରୀ କଲେଜ କୁଶଙ୍ଗ ନିକଟବର୍ତ୍ତୀ କୁଶମେଲ ଗ୍ରାମରେ ଚାଲିଥିବା ଶୀତଦିନିଆ ଜାତୀୟ ସେବା ଶିବିର ଉଦଯାପିତ ହୋଇଯାଇଛି । ଏହି ଗ୍ରାମରେ ସାତ ଦିନ ଧରି ପଚାଶ ଜଣ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଅଞ୍ଚଳର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସଚେତନା, ନାରୀଶିକ୍ଷାର ପ୍ରସାର, ଅନ୍ଧବିଶ୍ୱାସ ଦୂରୀକରଣ ଇତ୍ୟାଦି ଉପରେ କାମ କରାଯାଇଥିଲା । ଶେଷ ଦିନରେ ସ୍ବେଛାସେବୀଙ୍କ ଦ୍ୱାରା ଏକ ରାଲିର ଆୟୋଜନ କରାଯାଇ ସମାଜ ସଂସ୍କାର ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଜନସମାଜକୁ ସଚେତନ କରାଯାଇଥିଲା । ଏହା ସହିତ ବୀଣାକାଳିଆ ନାଚ ପରିବେଷଣ ମାଧ୍ୟମରେ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ଗର୍ଭିତ ବାର୍ତ୍ତା ପ୍ରଚାର କରା ଯାଇଥିଲା । ପରିଶେଷରେ ଡ. ଅଜିତ ଭୋଇଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ କୌସ୍ତୁଭ ସାହୁ, ସମିତି ସଭ୍ୟ ମହାଦେବ ବିଶ୍ୱାଲ, ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁ, ଅନନ୍ତ ଆର୍ଯ୍ୟ, ପ୍ରୋଗ୍ରାମ ଅଫିସର ଲକ୍ଷ୍ମଣ ମେହେର ମଞ୍ଚାସିନ ହୋଇ ବକ୍ତବ୍ୟ ରଖିଥିଲେ । ସଭା ଶେଷରେ ବର୍ଷାରାଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ଭିତରେ ସ୍ବେଛାସେବୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ ବିଚିତ୍ରା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା ।
ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ସ୍ୱାଗତିକା/ସମନ୍ୱୟ
