
ଭୁବନେଶ୍ୱର, 2 ଜାନୁଆରୀ (ହି.ସ.)ଆଜି ହେଉଛି ଡକ୍ଟର ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, ନବଉତ୍କଳର ନିର୍ମାତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଓଡ଼ିଶା ତଥା ଓଡିଆ ଭାଷା, ଐତିହ୍ୟ ଏବଂ ସ୍ୱାଭିମାନକୁ ପ୍ରତିଷ୍ଠିତ କରାଇବାରେ ତାଙ୍କର ଯୋଗଦାନ ଅକଳ୍ପନୀୟ । ତାଙ୍କର ମୂଲ୍ୟବୋଧ ଓ ବିଚାରାଧାରା ସର୍ବଦା ଯୁବପିଢିଙ୍କୁ ଅନୁପ୍ରାଣିତ କରିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
