ଜୟପୁର, 22 ଅକ୍ଟୋବର (ହି.ସ.) ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ଓଡ଼ିଶା , ଭୁବନେଶ୍ୱର ର ପତ୍ର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ମାନବ ସମାଜର କଲ୍ୟାଣ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନ ରେ ମୂଖ୍ୟ ଅତିଥି ଭାବେ ଜୟପୁର ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ନାୟକ,ଜଯପୁର ର ସୁନାମ ଧନ୍ୟ ସଙ୍ଗୀତଜ୍ଞ୍ୟ ଶ୍ରୀ ଧିରେନ ମୋହନ ପଟ୍ଟନାୟକ,ହସତେରୁଆ ଗ୍ରୁପର ପରିଚାଳକ ଓ ହାସ୍ୟ ଅଭିନେତା ଶ୍ରୀ ରାମନାଥ ତ୍ରିପାଠୀ, ଅବସର ପ୍ରାପ୍ତ ବିଦ୍ୟାଳୟ ନିରିକ୍ଷକ ଓ ନାଟ୍ୟକାର ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ, ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଧନପୁର ର ପ୍ରଧାନ ଶିକ୍ଷକ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ଜଗଦିଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଉପେନ୍ଦ୍ର ଦୀପ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣଲତା ମିଶ୍ର , ଜିଲ୍ଲା ବିଜ୍ଞାନ ନିରିକ୍ଷକ ଶ୍ରୀ ଅନନ୍ତ ଦଳପତିଙ ଦ୍ବାରା ଉଦ୍ଘାଟନ କରାଯାଇଥିଲା। ଆଜିର ପ୍ରତିଯୋଗିତା ରେ କୋରାପୁଟ ଜିଲ୍ଲାର ୦୯ ଟି ଦଳ ଯଥା ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦପୁର, ଓଡ଼ିଶା ମାଇନିଙ୍ଗ ବିଦ୍ୟାଳୟ, ଜୟପୁର,ପି଼ଏମ଼୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର, ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଟାଙ୍ଗୀଣୀଗୁଡା, ସରକାରୀ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ, କୁନ୍ଦୁରା, ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ମାନାଵାର,ପି଼ଏମ଼୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ, ସରକାରୀ ସାଙ୍ଗନା ଉଚ୍ଚ ବିଦ୍ୟାଳୟ ଲକ୍ଷ୍ମୀପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ଅଂଶ ଗ୍ରହଣ କରିଥିଲେ।। ଆଜିର ପ୍ରତିଯୋଗିତା ରେ ପି଼ଏମ଼୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ ପ୍ରଥମ ସ୍ଥାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ଦ୍ୱିତୀୟ ସ୍ଥାନରେ ଓ ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟ ଜୟପୁର ତ୍ରୂତିୟ ସ୍ଥାନରେ ଅଧିକାର କରିଥିଲେ। ଆଜିର କାର୍ଯ୍ୟକ୍ରମ ର ଉଦଯାପନ ରେ ଉପରୋକ୍ତ ସଦସ୍ୟ ସହ ଙ ସହ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଅଭିଷେକ କୁମାର ଭୁଏ ଙ ଦ୍ବାରା ଶ୍ରେଷ୍ଠ ନାଟକ, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ କାହାଣୀ କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ନାଟକ ଦଳ ପ୍ରାନ୍ତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ନବରଙ୍ଗପୁର ଠାରେ ଅଂଶ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ର ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସୁନ୍ଦର ରାୟ କରିଥିଲେ ଓ ପରିଶେଷରେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣଲତା ମିଶ୍ର ସମସ୍ତ ବିଦ୍ୟାଳୟ ର ଅଂଶ ଗ୍ରହଣ କରିଥିବା ଦଳ , ଶିକ୍ଷକ, ଶିକ୍ଷୟିତ୍ରୀ, ଜୟପୁର ମଣ୍ଡଳ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ , ମୂଖ୍ୟ ଅତିଥି, ବିଚାରକ ମଣ୍ଡଳୀ,ଅନ୍ୟାନ୍ୟ ବିଦ୍ୟାଳୟ ରୁ ଆସିଥିବା ସମସ୍ତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ,ସମସ୍ତ ସହ ଶିକ୍ଷକ , ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ପିକେପି
