

ସୁବର୍ଣ୍ଣପୁର, 26 ନଭେମ୍ବର (ହି.ସ.)
ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ଆଦେଶ ଏବଂ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ଅଧକ୍ଷଙ୍କ ନିର୍ଦେଶ କ୍ରମେ ଆଜି ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ତରଫରୁ ବିକଳ୍ପ ବିବାଦ ସମାଧାନ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ “ସମ୍ବିଧାନ ଦିବସ” ପାଳିତ ହୋଇଯାଇଛି I ଏଥିରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ସଚିବ ଶ୍ରୀ ଦେବାଶିଷ ଦାସ, ବରିଷ୍ଠ ଦେୱାନୀ ଜଜ ଶ୍ରୀ ଗଗନ ସାହୁ, ମହିଳା କୋର୍ଟ ବିଚାରପତି ଶ୍ରୀମତୀ ବବିତା ପାତ୍ର, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସ୍ୱଦେଶନା ପଟ୍ଟନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ପ୍ରଣତି ରଥ, ପ୍ରୋବେସନ ଅଫିସର ଶ୍ରୀ ରାହୁଲ ବିକ୍ରମ ପାଠୀ, ସଦର ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ସବର ପ୍ରମୁଖ ଯୋଗ ଦେଇଥିଲେ I ଏଥିରେ ପ୍ୟାନେଲ ଓକିଲ ଶ୍ରୀ ବାବୁଲାଲ ଦାସ, ସୀତାରାମ ହୋତା, ପାରା ଲିଗାଲ ସ୍ବେଛାସେବୀ ଗୀତାଞ୍ଜଳି ରଣା, ଜ୍ୟୋତିଶ୍ରୀ ବେହୁରା, ମହାରାଜା ଉଚ୍ଚ ବିଦ୍ୟାଳୟ, ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋନପୁର ର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଥିଲେ I ସବା ଶେଷରେ ସମସ୍ତଙ୍କ ଦ୍ୱାରା ସମ୍ବିଧାନ ର ମୁଖବନ୍ଧ ପାଠ କରା ଯାଇଥିଲା I ଏଥିରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
