• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଘର ତିଆରି ଖାଦ୍ୟକୁ ଆପଣନ୍ତୁ ସୁସ୍ଥ ରୁହନ୍ତୁ : ପ୍ରଭାତୀ ପରିଡା
Regional

ଘର ତିଆରି ଖାଦ୍ୟକୁ ଆପଣନ୍ତୁ ସୁସ୍ଥ ରୁହନ୍ତୁ : ପ୍ରଭାତୀ ପରିଡା

CliQ INDIA
Last updated: September 12, 2025 3:01 am
CliQ INDIA
Share
3 Min Read
SHARE

ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) – ଫିଟ୍ ରହିବା ପାଇଁ ସୁସ୍ଥ ଖାଦ୍ୟ ସହ ସୁସ୍ଥ ମନର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଗୁରୁବାର ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ମିଳିତ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଲେମନଟ୍ରି ପ୍ରିମିଅମରେ “ହେଲଦି ଡାଏଟ୍ ଅଭିଯାନ” ର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଖାଦ୍ୟାଭ୍ୟାସ ଉପରେ ଚର୍ଚ୍ଚା କରିବା ସହ ଆଦିବାସୀ ମହିଳାମାନଙ୍କର ସୁସ୍ଥ ଶରୀରର କାରଣ ମାଣ୍ଡିଆ ବୋଲି ମତ ପ୍ରକାଶ କରିଥିଲେ। ବଜାରର ଜଙ୍କ ଫୁଡ଼ଠୁ ଦୂରରେ ରହି ଘର ତିଆରି ଖାଦ୍ୟ ସହ ପାରମ୍ପରିକ ଖାଦ୍ୟ ତଥା ମାଣ୍ଡିଆ, ପଖାଳ ଓ ପିଠା ଆଦିକୁ ଆପଣେଇବା ପାଇଁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ଗାଁ ର ମହିଳାମାନଙ୍କର ମୋଟାପା ଦୂର କରିବା ଉପରେ ସେ ବିଶେଷ ଫୋକସ ଦେଇଥିଲେ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଓଡିଆ ଚଳଚ୍ଚିତ୍ରର ସୁପ୍ରତିଷ୍ଠିତ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଶ୍ରୀମତୀ ଅର୍ଚ୍ଚିତା ସାହୁ ଓ ଅଭିନେତ୍ରୀ ଅନୁ ଚୌଧୁରୀ, ପୋଷଣ ବିଶେଶଜ୍ଞ ତଥା ୟୁନିସେଫର ବରିଷ୍ଠ ଅଧିକାରୀ ସୌରଭ ଭଟ୍ଟାଚାର୍ଯ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଗାଁ ରେ ଅଙ୍ଗନବାଡି ଓ ସ୍କୁଲ ଯାଉଥିବା ପିଲାମାନଙ୍କର ଚିପ୍ସ ଓ ନୁଡୁଲସ ଖାଇବା ଅଭ୍ୟାସ ପ୍ରତି ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଚିନ୍ତା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ମହିଳା ଓ ଶିଶୁମାନଙ୍କର ଖାଦ୍ୟାଭ୍ୟାସକୁ ପରିବର୍ତନ କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୋଷଣ ବିଶେଷଜ୍ଞ ତଥା ୟୁନିସେଫ ଅଧିକାରୀ ସୌରଭ ଭଟ୍ଟାଚାର୍ଯ୍ୟ ଫିଟ ରହିବା ପାଇଁ ଘର ପ୍ରସ୍ତୁତ ଖାଦ୍ୟ ସହ ପରିବାର ସଦସ୍ୟମାନଙ୍କ ସହ ମିଶି ଖାଦ୍ୟ ଗ୍ରହଣ ଉପରେ ମତ ପ୍ରକାଶ କରିଥିଲେ । ଶିଶୁକୁ ଜନ୍ମର ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଦେବା ସହ ଅନ୍ନପ୍ରାଶନ ପରେ ମଧ୍ୟ ପିଲାଙ୍କୁ ତେଲଯୁକ୍ତ ଖାଦ୍ୟରୁ ଦୂରେଇ ରଖିବା ପାଇଁ ସେ ଦୃଢ ମତ ରଖିଥିଲେ । ମୋବାଇଲଠୁ ଦୂରେ ରହି ସ୍କ୍ରିନ ଟାଇମକୁ କମେଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହା ସହ ଅଭିନେତ୍ରୀ ଅନୁ ଚୌଧୁରୀ ନିଜ ଖାଦ୍ୟାଭ୍ୟାସ ବିଷୟରେ ସୂଚନା ଦେବା ସହ କମ୍ ତେଲ ଓ ଘର ରନ୍ଧା ଖାଦ୍ୟ ଖାଇବା ଉପରେ ନିଜର ମତ ରଖିଥିଲେ । ଅନନ୍ତା ସିନେମାର ନାୟକ ସବ୍ୟସାଚୀ ମିଶ୍ର ସିନେମା ପାଇଁ ନିଜ ଓଜନ ବଢେଇବା ପରେ ଉପୁଜିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷକରି ବଦଭ୍ୟାସ ଗୁଟୁଖା, ମଦ ଓ ସିଗାରେଟରୁ ନିଜକୁ ଦୂରେଇ ରଖିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସ୍ମାର୍ଟ ଖାଦ୍ୟଶୈଳୀ ଉପରେ ଚର୍ଚ୍ଚା କରିଥିଲେ ।

କାର୍ଯ୍ୟକ୍ରମରେ ଅତିଥିମାନେ ସାମାଜିକ ବ୍ୟବହାରିକ ପରିବର୍ତନ ବିଷୟରେ ଏକ ପୋଷ୍ଟର ଉନ୍ମୋଚନ କଲେ । ଏହି ପୋଷ୍ଟର ଦ୍ୱାରା ଅଙ୍ଗନବାଡି ମାଧ୍ୟମରେ ଗାଁ ଗାଁ ରେ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ୱାଗତ ଭାଷଣ ରଖିବା ସହ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ବୁଦ୍ଧେଶ୍ୱର ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ
ମାଆ ତାରାତାରିଣୀଙ୍କ ଦର୍ଶନ କଲେ ରାଜ୍ୟପାଳ
ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କୁ ନମନ କଲେ ମୁଖ୍ୟମନ୍ତ୍ରୀ
ଶାହାନୱାଜ ହୁସେନ୍ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଏହାର ସଂରକ୍ଷଣ କରିବାରେ ଆବଶ୍ୟକତା ଉପରେ ଜୋର ଦେଇଛନ୍ତି | BulletsIn
ନାବାଳିକା ଅପହରଣ, ଯୁବକ ଗିରଫ – Hindusthan Samachar Odia

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ
Next Article ନେପାଳରେ ପ୍ରତିବାଦ କରିବାକୁ ଯାଇଥିବା ଝାନ୍ସୀର 4 ଜଣ ଯୁବକ ଫସିଗଲେ, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?