ଭୁବନେଶ୍ୱର, 11 ଜାନୁଆରୀ (ହି.ସ.) ଗୋପାଳପୁରରେ ଆଜି ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟପାଳ କହିଛନ୍ତି ଯେ, ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଗୋପାଳପୁର ସ୍ଥିତ ମାଛଧରା ଘାଟରେ ‘ଜେଠି’ ଗସ୍ତ କରିବା ସହ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କର ସମସ୍ୟା ବିଷୟରେ ପଚାରି ବୁଝିଛି । ଏହାସହିତ ସମ୍ପର୍କିତ ନିର୍ଦ୍ଦେଶ ଅଧିକାରୀଙ୍କୁ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
