

ଗଂଜାମ, ୩୧ ଡିସେମ୍ବର (ହି.ସ.)- ବ୍ରହ୍ମପୁର ସହରର ଗେଟ ବଜାର ମାଛମାର୍କେଟ ସହରରଏକ ବଡଆମିଷ ବଜାର । ଏଠାରେ ବ୍ରହ୍ମପୁର ବିଏମସି ପକ୍ଷରୁ ମାଛ ବଜାର ପାଇଁ ପକ୍କା ବିଲ୍ଡିଂ ଓ ପିଣ୍ଡି ନିର୍ମିତ ହୋଇଥିଲେ ମଧ୍ୟ ମାଛ ବ୍ଯବସାୟୀ ମାନେ ମାଛ ବଜାରର ଏହି ପକ୍କା ବିଲ୍ଡିଂରେ ମାଛ ବିକ୍ରି ନକରି ଲୋକକଂ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜନଗହଳିପୂର୍ଣ୍ଣ ରାସ୍ତାର ଉଭୟ ପାର୍ଶ୍ବରେ ବସି ମାଛ ବିକ୍ରି କରୁଥିବାରୁ ଗେଟବଜାର ଠାରୁ ରେଡିଓ ଷ୍ଟେସନ ଯାଏ ପ୍ରାୟ ଏକ କିଲୋମିଟର ବ୍ଯାପି ରାସ୍ତା ଉପରେ ହଜାର ହଜାର ସଂଖ୍ୟାରେ ଗ୍ରାହକଙ୍କ ସମାଗମ ହେଉଥିବାରୁ ଯାନବାହନ ଓ ଲୋକ ଚଳାଚଳରେ ବାଧା ସୃଷ୍ଟି ହେଉଛି । ଅଧିକାଂଶ ସମୟରେ ଏହି କାରଣରୁ ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟୁଛି । ରାସ୍ତା ଉପରେ ଶହଶହ ସଂଖ୍ଯାରେ ପତ୍ଯେହ ଛେଳି, କୁକୁଡା କଟାଯାଉଥିବାରୁ ସ୍କୁଲ ଯାଉଥିବା କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ମାଛବଜାରରେ ବ୍ଯାପକ ପଲିଥିନ ମଧ୍ୟ ବ୍ୟବହାର ହେଉଛି । ତଥାପି ଏଥିପାଇଁ ବିଏମସିର ନିଘାନାହିଁ । ଫଳରେ ଜନଅସନ୍ତୋଷ ପ୍ରକାଶ ପାଉଛି ।
ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ପ୍ରଦୀପ୍ତ
