ନୂଆଦିଲ୍ଲୀ, 23 ନଭେମ୍ବର (ହି.ସ.) ଆଜି ହେଉଛି ଲୋକସଭାର ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଶୁଭକାମନା ଜଣାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମାନନୀୟ ଲୋକସଭାର ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ଜନ୍ମଦିନର ଶୁଭକାମନା । ନିଜର କାର୍ଯ୍ୟ କୁଶଳତା, କର୍ମଠତା ଓ ନିଷ୍ଠାରେ ଲୋକସଭାର ଉତ୍ପାଦକା ବୃଦ୍ଧି ସହିତ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଲୋକଙ୍କ ଆସ୍ଥାକୁ ଅଧିକ ମଜବୁତ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ, ସୁଦୀର୍ଘ, ଯଶପୂର୍ଣ୍ଣ ଜୀବନ କାମନା କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
