ଭୁବନେଶ୍ୱର, 10 ନଭେମ୍ବର (ହି.ସ.) – ନବରଙ୍ଗପୁରର ଏକ ସ୍କୁଲରେ ନାବାଳିକାକୁ ୨ ଶିକ୍ଷକଙ୍କ ଗଣଦୁଷ୍କର୍ମ ମାମଲା ପହଂଚିଛି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ନିକଟରେ । ନ୍ୟାୟ ପାଇଁ ଲଢ଼େଇ ପରିବାରର ସଭାପତି ପିଡୀତାଙ୍କୁ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଏନଏଚଆରସିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୩୦ ଲକ୍ଷ କ୍ଷତିପୂରଣ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମାମଲା ହୋଇଛି ।
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଂଚଳରେ ଥିବା ଏକ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ୨ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ୍ ୨ ଶିକ୍ଷକଙ୍କୁ ଅଟକ ରଖିଛି । ଅନ୍ୟପକ୍ଷରେ ପୀଡ଼ିତା ନାବାଳିକା ଜଣକ ବର୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ବେଳେ ପୀଡ଼ିତାଙ୍କ ପାଖକୁ ଯାଇ ବୟାନ ରେକର୍ଡ କରିଛି କୁନ୍ଦେଇ ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
