
ବଲାଙ୍ଗିର, ୮ ଡିସେମ୍ବର (ହି.ସ.)- ତିନି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଚାଲିଛି । ଏ ପର୍ଯ୍ୟନ୍ତ ଚଢ଼ଉ ବେଳେ ୨୫୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ମିଳିଛି । ବଲାଙ୍ଗିର ସୁଦପଡ଼ାରେ ଜଣେ ମଦ ବ୍ୟବସାୟୀଙ୍କ ଘରେ ଆଜକୁ ତିନି ଦିନ ହେଲା ଚଢ଼ଉ ଚାଲିଥିବା ବେଳେ ଚଢ଼ଉ ବେଳେ ସେଠାରୁ ମିଳିଛି ନଗଦ କୋଟି କୋଟି ଟଙ୍କା । ସେଠାରୁ ୧୫୬ଟି ଟଙ୍କା ଭର୍ତି ବ୍ୟାଗ୍ ମିଳିଛି । ତନ୍ମଧ୍ୟରୁ ୬ରୁ ୭ଟି ବ୍ୟାଗ୍ ର ଟଙ୍କା ଗଣତି ବେଳେ ସେଥିରେ ୨୦ କୋଟି ଟଙ୍କା ଥିବା ଜଣାପଡିଛି ।
ଅନ୍ୟପକ୍ଷରେ ରାଉରକେଲା ସମେତ ରାଜ୍ୟର କେତେକ ସ୍ଥାନରେ ଆଜି ତୃତୀୟ ଦିନରେ ମଧ୍ୟ ଆୟକର ବିଭାଗର ଚଢ଼ଉ ଜାରି ରହିଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
