
ଭୁବନେଶ୍ୱର, 21 ଜାନୁଆରୀ – କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଭୁବନେଶ୍ୱରରେ ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ପରିସରରେ ଏହି ଅତ୍ୟାଧୁନିକ କେନ୍ଦ୍ର ନିର୍ମାଣ କରାଯିବ।
ଏହି ଅବସରରେ ଶ୍ରୀ ସର୍ବାନନ୍ଦ ସୋନୋୱାଲ କହିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଆୟୁଷ ଅଭିଯାନ ବିଶେଷ ଗୁରୁତ୍ୱ ଲାଭ କରିଛି । ଆମେ ଏକ ସମନ୍ୱିତ ଚିକିତ୍ସା ପଦ୍ଧତି ଆଡକୁ ଅଗ୍ରସର ହେଉଛୁ ଯେଉଁଠାରେ ଆଧୁନିକ ଚିକିତ୍ସା ପଦ୍ଧତି ସହିତ ଏକ ସଶକ୍ତ ଆୟୁଷ ଚିକିତ୍ସା ପଦ୍ଧତି ମଧ୍ୟ ବ୍ୟବହାର କରାଯିବ । ସେ ଆହୁରି କହିଛନ୍ତି ଯେ ଆଜି ଆମେ ଏଠାରେ ଆୟୁଷ ଦୀକ୍ଷା କେନ୍ଦ୍ରର ଯାତ୍ରା ଆରମ୍ଭ କରୁଛୁ, ଏହି କେନ୍ଦ୍ର ଆୟୁଷ ପେସାଦାରମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ସକ୍ଷମ କରିବ ତଥା ଦେଶବାସୀଙ୍କୁ ବିଶ୍ୱସ୍ତରୀୟ ରୋଗୀ ସେବା ପ୍ରଦାନ କରିବାରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ । ଏହା ଶକ୍ତିଶାଳୀ ଆୟୁଷ ଆନ୍ଦୋଳନ ଏବଂ ଏକ ସୁସ୍ଥ ଓ ସୁଖୀ ଜୀବନ ଅନୁଭୂତି ପ୍ରଦାନ ଦିଗରେ ବିଶ୍ୱସ୍ତରୀୟ ଆନ୍ଦୋଳନର ପ୍ରୟାସ କ୍ଷେତ୍ରରେ ଉତପ୍ରେରକ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
