ଭୁବନେଶ୍ୱର, 29 ନଭେମ୍ବର (ହି.ସ.)- ବିଜେପି
ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ
କରୁଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋସିଆଲ ହ୍ୟାଣ୍ଡେଲରେ ସେ କହିଛନ୍ତି ଯେ,
ନୂତନ ବିଜେପି ସରକାରର ପ୍ରଥମ ପୂର୍ଣ୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି
ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖିବାକୁ ମିଳିନାହିଁ।
ନବୀନ କହିଛନ୍ତି ଯେ, ଏହା
ଆମକୁ ରାଜକୋଷୀୟ ନିଅଣ୍ଟ ଆଡ଼କୁ ଆଗକୁ ବଢ଼ାଉଛି। ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି। ଓଡ଼ିଶାର
ସୁଧ ବୋଝ ବଢ଼ୁଛି।
ବଜେଟରେ ପୂର୍ତ୍ତ ବିଭାଗର
(୯୦୦ କୋଟି) ଏବଂ କିଛି ସହରାଞ୍ଚଳ ଭିତ୍ତିଭୂମିକୁ ଛାଡ଼ିଦେଲେ ଆଉ କିଛି ବି ନାହିଁ।
ମନେ ହେଉଛି, ହ୍ରାସ ପାଉଥିବା କେନ୍ଦ୍ର ଅନୁଦାନ ଓ ନିଜସ୍ୱ ଅପାରଗତା ଲୁଚାଇବା
ପାଇଁ ହୋଇଛି ଅତିରିକ୍ତ ବଜେଟ୍। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ନୁହଁ, ଏହା ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅତିରିକ୍ତ ପ୍ରୟାସ ବୋଲି
ନବୀନ ପଟ୍ଟନାୟକ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
