ଏବେଠି ଆରମ୍ଭ ହେବାକୁ ଯାଉଛି ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୫, ଯେଉଁଥିରେ ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ସହିତ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ସାମଗ୍ରୀ ପ୍ରଦର୍ଶନ ଏବଂ ବିକ୍ରି ପାଇଁ ଏକ ବିଶେଷ ଅବସର ମିଳିବ । ଏହି ମେଳାର ଉଦଘାଟନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯିବ ।
BulletsIn
-
ଷ୍ଟଲର ବ୍ୟବସ୍ଥା – ଏଥିରେ ୬୫୦+ ଷ୍ଟଲ ରହିବ, ଯେଉଁଥିରୁ ୧୫୦ଟି ଷ୍ଟଲ ଭାରତ ସରକାରଙ୍କ ହସ୍ତଶିଳ୍ପ ବିଭାଗ, ୫୦ଟି ଷ୍ଟଲ ହସ୍ତତନ୍ତ ବିଭାଗ, ୨୫୦ ଷ୍ଟଲ ରାଜ୍ୟ ସରକାର ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ଦ୍ଵାରା ପ୍ରଦାନ କରାଯାଇଛି ।
-
ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା – ୩୫ଟି ଷ୍ଟଲ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପାଇଁ ଆବଣ୍ଟନ କରାଯାଇଛି । ପାନୀୟ ଜଳ, ଶୌଚାଳୟ, ଏଟିଏମ୍, ଆମ୍ବୁଲାନ୍ସ ଓ ଚିକିତ୍ସା ସେବା ଉପଲବ୍ଧ ରହିବ ।
-
ସାଂସ୍କୃତିକ କାର୍ଯ୍ୟକ୍ରମ – ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯.୩୦ ଜନ୍ତା ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପିତ ହେବ । ଏଥିରେ ରାଜ୍ୟର ଏବଂ ଜାତୀୟ କଳାକାରମାନେ ଅଂଶଗ୍ରହଣ କରିବେ ।
-
ଫ୍ୟାସନ ସୋ – ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନ କରିବାକୁ ଫ୍ୟାସନ ସୋ ଆୟୋଜନ ହେବ ।
-
ଥିମ୍ ପାଭିଲିଅନ୍ – “ଶିଳ୍ପ ସୃଜନୀ” ନାମକ ଥିମ୍ ପାଭିଲିଅନ୍ ୨୫୦୦ ବର୍ଗଫୁଟ ଅଞ୍ଚଳ ଜୁଡ଼ି ତିଆରି ହୋଇଛି ।
-
ଅପେକ୍ଷିତ ଦର୍ଶକ ଏବଂ ବିକ୍ରି – ଏବର୍ଷ ୩୦ ଲକ୍ଷ ଦର୍ଶକ ଆସିବା ଏବଂ ୨୮ କୋଟି ଟଙ୍କାର ବିକ୍ରି ହେବା ଆଶା କରାଯାଉଛି ।
-
ସୁରକ୍ଷା ବ୍ୟବସ୍ଥା – ନିରାପତ୍ତା ସହାୟତା, ଦମକଳ ବାହିନୀ, ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଏବଂ ପ୍ରାଥମିକ ଚିକିତ୍ସା ସେବା ଉପଲବ୍ଧ ରହିବ ।
-
ମହିଳା ଓ ଦିବ୍ୟାଙ୍ଗ ପାଇଁ ବିଶେଷ ସୁବିଧା – ମହିଳା ଓ ଦିବ୍ୟାଙ୍ଗ ଦର୍ଶକମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ହେଲ୍ପ ଡେସ୍କ, ଏବଂ ହୁଇଲଚେୟାର ଉପଲବ୍ଧ ରହିବ । ମା’ ଓ ଶିଶୁମାନଙ୍କ ପାଇଁ ଶିଶୁ ଯତ୍ନ କେନ୍ଦ୍ର ଥିବାରୁ ମାନେ ସୁବିଧାଭୋଗୀ ହେବେ ।
-
ମାଗଣା ରହଣି ଏବଂ ପରିବହନ – ମହିଳା କାରିଗରମାନଙ୍କ ପାଇଁ ମାଗଣା ରହଣି ଏବଂ ପ୍ରଶସନ ଦ୍ଵାରା ଯୋଜନା କରାଯାଇଥିବା ପରିବହନ ସୁବିଧା ମିଳିବ ।
-
ମେଳାର ଆୟୋଜନ ଏବଂ ସଂଗଠନ – ଏହି ମେଳା ଭାରତ ସରକାରଙ୍କ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ବିଭାଗ, ରାଜ୍ୟ ସରକାର ଏବଂ ସିଡାକ ମିଳିତ ଭାବରେ ଆୟୋଜନ କରୁଛି ।
